ନାଳରେ ବୁଡି ଯୁବକ ମୃତ

( ବନବାସୀ ପ୍ରଧାନ) : ପରପାଙ୍ଗ ପଞ୍ଚାୟତରେ ଘଟିଛି ଏକ ଅଭାବନିୟ ଘଟଣା । ପରପାଙ୍ଗ ପଞ୍ଚାୟତର ସିନ୍ଦୁଲ ପଡି ନାଳ ପାର ହେଉଥିବାବେଳେ ଜଣେ ଯୁବକ ପାଣିରେ ଖସିପଡିଥିଲେ । ଫଳରେ ଯୁବକଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ଯୁବକ ଜଣଙ୍କ ହେଲେ ପରଙ୍ଗପାଙ୍ଗା ପଞ୍ଚାୟତର ପାଙ୍ଗୁରମିଲା ଗ୍ରାମର ଡହେମଳିକ । ପରଙ୍ଗପାଙ୍ଗା ପଞ୍ଚାୟତର ସରପଞ୍ଚ ଓ ଗ୍ରାମବାସୀମାନେ ମୃତ ବ୍ୟକ୍ତୀଙ୍କୁ ଧରି ବାଲିଗୁଡା ମେଡିକାଲରେ ଶବ ବ୍ୟବଛେଦ ପାଇଁ ଆଣିଥିଲେ ।