( ବନବାସୀ ପ୍ରଧାନ) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କିରିକୂଟୀ ପଞ୍ଚାୟତର ବୁରାଙ୍ଗିଆ ଗ୍ରାମ ନିକଟ ଖଡଗ ନଦୀରେ ଘଟିଛି ଅଘଟଣ । ନଦୀରେ ଭାସିଯାଉଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ଛଅ ଜଣ ମହିଳା । ନଦୀରେ ପୋଲ ନଥିବା ଯୋଗୁଁ ଦୈନନ୍ଦିନ ନଦୀ ପାର ହୋଇ ଯିବା ଆସିବା କରିବାକୁ ପଡେ ଅଞ୍ଚଳବାସୀଙ୍କୁ । ବର୍ଷାଦିନେ ନଦୀର ଦୁଇ ପାଶ୍ୱର୍ର ଦୁଇଟି ଗଛରେ ଇଲେକ୍ଟ୍ରିକ୍ ତାର ବାନ୍ଧି ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହୁଅନ୍ତି ଅଞ୍ଚଳବାସୀ । ଆଜି ସକାଳୁ ହଠାତ୍ ନଦୀ ପାର ହୋଇଥିବାବେଳେ ତାରା ଛିଣ୍ଡି ଯିବାରୁ ନଦୀକୁ ଖସିପଡିଥିଲେ ମହିଳାମାନେ । ସେହି ଅଞ୍ଚଳର ସୁରଥ ମଳିକ , ରମେଶ ପ୍ରଧାନ ଓ ବସନ୍ତ ଅମାୟତ ନଦୀରେ ସେମାନଙ୍କୁ ଭାସିଯାଉଥିବା ଦେଖି ସାହସିକତାର ସହ ଭରା ନଦୀରେ ଲମ୍ପ ଦେଇ ଭାସିଯାଉଥିବା ମହିଳାମାନଙ୍କୁ ମରଣ ମୁହିଁରୁ ଉଦ୍ଧାର କରିଥିଲେ ।