(ବନବାସି ପ୍ରଧାନ): କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକରେ ପୁଣି ଏକ ଛାତ୍ରୀଙ୍କୁ ଦୁଷ୍କର୍ମ । ବାରମ୍ବାର ଏହି ବ୍ଲକରେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଉଛି । ତଥାପି ସରକାରଙ୍କ ନିଦ ଭାଙ୍ଗୁନି । ନାରୀଙ୍କୁ ସରକାର ସୁରକ୍ଷା ବେଦାରେ ବିଫଳ ବୋଲି ବିଜେପି ମହିଳା ମୋର୍ଚ୍ଚା କହିଛି । ଏହି ପରିପେକ୍ଷୀରେ କୋଟଗଡ଼ ଥାନାକୁ ମହିଳା ମୋର୍ଚ୍ଚା ଘେରାଉ କରିଛି ।
ସୂଚନା ଅନୂଯାୟୀ, ମଧୁଗୁଡ଼ାର ଜଗତଜିବନ ବଡସେଠଙ୍କ ଝିଅ ରାତିରେ ବାହାରକୁ ଆସିଥିବା ବେଳେ ନୂଆଁ ମୁଣ୍ଡା ସାହିର ଜଣେ ଯୁବକ ଓ ତାର ଦୁଇ ସାଙ୍ଗ ସହ ମିଶି ତାଙ୍କୁ ଉଠାଇ ନେଇଥିଲେ । ରାତିରେ ତାଙ୍କ ସହ ଦୁଷ୍କର୍ମ କରି ସକାଳୁ ଝିଅର ସାଙ୍ଗଘର କୁମ୍ଭାର ସାହିରେ ଛାଡ଼ି ଫେରାର ହୋଇଥିବା ଅଭିଯୋଗ ହୋଇଛି । ପିଡ଼ିତା ଜଣକ ଆଦର୍ଶ ବିଦ୍ୟାଳୟର ୮ମ ଶ୍ରେଣୀର ଛାତ୍ରୀ । ପିଡ଼ିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ଡ଼ାକ୍ତରଖାନାକୁ ପଠାଯାଇଛି ବୋଲି ସୂଚନା ମିଳିଛି । ଏନେଇ ପରିବାର ପକ୍ଷରୁ କୋଟଗଡ଼ ଥାନାରେ ମାମଲା ରୁଜୁ କରାଯାଇଛି । ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି । ଦୋଷିକୁ ତୁରନ୍ତ ଗିରଫ କରି ଫାସି ଦଣ୍ଡରେ ଦଣ୍ଡିତ କରିବା ପାଇଁ ମହିଳା ମୋର୍ଚା ପକ୍ଷରୁ ପ୍ରସାଶନ ପାଖରେ ଦାବି କରାଯାଇଛି । ବିଜେପି କନ୍ଧମାଳ ମହିଳା ମୋର୍ଚାର ସଭାନେତ୍ରୀ ଅର୍ଚ୍ଚନା ପ୍ରଧାନ, ରାଜ୍ୟକାର୍ଯ୍ୟକାରିଣି ସଦସ୍ୟ ନେତ୍ରମାନସେଠ, ଯୁବମୋର୍ଚ୍ଚା ସଭାପତି ରଞ୍ଜିତ କୁମାର ସାହୁ, ପୂର୍ବତନ ବିଧାୟକ କରେନ୍ଦ୍ରମାଝୀ ସମେତ ବହୁ ବିଜେପି କର୍ମି ଏହି ଦାବି କରିଛନ୍ତି । ଗତ ଶନିବାର ଦିନ କୋଟଗଡ଼ର ହାଟପଦାସାହିର ଜଣେ ଚତୁର୍ଥ ଶ୍ରେଣିର ଛାତ୍ରୀଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିଲା । ୨୪ ଘଣ୍ଟା ନପୁରୁଣୁ ରୁ ଆଉ ଏକ ଛାତ୍ରୀଙ୍କୁ ଦୁଷ୍କର୍ମର ଶିକାର ହେବାକୁ ପଡ଼ିଛି । ଯାହାକି କନ୍ଧମାଳରେ ଆଲୋଡ଼ନ ସୃଷ୍ଟି କରିଛି ।