(ସର୍ବେଶ୍ୱର ପାତ୍ର):ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଜମୁନାକୋଟ ଗାଁ ରାମିଆଳ ନଦୀରେ ଗାଧୋଇବା ବେଳେ ବୁଡିଯାଇ ଜଣେ ୧୦ମ ଶ୍ରେଣୀ ଛାତ୍ର ନିଖୋଜ ହୋଇଛନ୍ତି । ନିଖୋଜ ଛାତ୍ର ଜଣକ ହେଲେ ସେହି ଗ୍ରାମର ବିଜୟ ବାରିକଙ୍କ ପୁଅ କାହ୍ନା ବାରିକ । ଖବର ପାଇ ଭୁବନ ଅଗ୍ନିଶମ ବାହିନୀ ଖୋଜାଖୋଜି ଆରମ୍ଭ କରିଛନ୍ତି । ହେଲେ ୩ ଘଣ୍ଟା ଅପରେସନ୍ ପରେବି ସଫଳ ହୋଇନି ଅଗ୍ନିଶମ ବାହୀନି ।