(ସର୍ବେଶ୍ୱର ପାତ୍ର ) : କେନ୍ଦ୍ର ସରକାରଙ୍କର ବାରମ୍ବାର ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କାମାକ୍ଷାନଗର ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡାଙ୍କ ଅଧକ୍ଷ୍ୟତାରେ ଶତାଧିକ ବିଜେଡ଼ି କର୍ମୀ କାମାକ୍ଷାନଗର ରେ ଥିବା ବିଭିନ୍ନ ତେଲ ଟାଙ୍କି ଆଗରେ ଆନ୍ଦୋଳନ କରିବା ସହ କେନ୍ଦ୍ର ସରକାର ଓ ତୈଳ ମନ୍ତ୍ରୀଙ୍କ ବିରୋଧରେ ନରାବଜି କରିଥିଲେ । ସେହିପରି କାମାକ୍ଷାନଗର ବ୍ଲକ ତରଫରୁ ବିଜେଡ଼ି ନେତା ବାରୁଆ ପଂଚାୟତ ସମିତି ସଭ୍ୟ ଦୀପକ ମାହୁନ୍ତଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି କର୍ମୀ ମାଳପୁରା ପ୍ରେଟ୍ରୋଲ ପମ୍ପ ଆଗରେ ଆନ୍ଦୋଳନ କରିଥିଲେ ।