ଅଜଣାଗାଡି ଧକ୍କାରେ କଲରାପତିଆ ବାଘର ମୃତ୍ୟୁ

ଭଞ୍ଜନଗର : ଗାଡି ଧକ୍କାରେ କଲରାପତିଆ ବାଘ ମୃତ୍ୟୁ । ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ ନିକଟରେ ଗାଡି ଧକ୍କାରେ ବାଘର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ରାତିରେ ବାଘଟି ରାସ୍ତାରେ ବୁଲୁଥିବା ସମୟରେ ଅଜଣା ଗାଡିର ଧକ୍କାରେ ବାଘଟିର ମୃତ୍ୟୁ ଘଟିଛି । ବନ ବିଭାଗ ଦ୍ୱାରା ବାଘଟିକୁ ଉଦ୍ଧାର କରାଯାଇଥିଲା, ଚିକିତ୍ସାଧିନ ଅବସ୍ତାରେ ବାଘଟିର ମୃତ୍ୟୁ ହୋଇଛି ।ବାଘଟିକୁ ପ୍ରାୟ ୩ ବର୍ଷ ହୋଇଥିବା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।