କନ୍ଧମାଳ: ବାଦଳ ଫଟା ବର୍ଷାରେ ପୁଣି ଧୋଇହୋଇ ଗଲା କଳିଙ୍ଗା ଘାଟି ରାସ୍ତା । ନିର୍ମାଣ ଲାଗି ପଡ଼ଥିବା ପଥର, ବାଲି ଓ ଗୋଡ଼ି ଧୋଇଗଲା । ଭୂସ୍ଖଳନ ପରଠୁ କନ୍ଧମାଳ ଓ ଗଞ୍ଜାମ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ । ଯୁଦ୍ଧକାଳୀନ ଭିତ୍ତିରେ ପୁନଃନିର୍ମାଣ କାର୍ଯ୍ୟରେ ବର୍ଷା ସାଜିଛି ବାଧକ ।

ପ୍ରବଳ ବର୍ଷା ଯୋଗୁଁ ଗତ ସେପ୍ଟେମ୍ବର ୧୭ ତାରିଖରେ କଳିଙ୍ଗା ଘାଟି ପୁଣି ଧସି ଯାଇଥିଲା । ବିରାଟ ବିରାଟ ପଥର ସବୁ ଖସି ରାସ୍ତା ପୂରା ବନ୍ଦ ହୋଇଯାଇଥିଲା । କଳିଙ୍ଗାଘାଟି ଗଞ୍ଜାମ ଆଉ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତା ହୋଇଥିବାରୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିଲା । ବିଜୟୱାଡା ଓ ରାଞ୍ଚି କରିଡର ହୋଇଥିବାରୁ ବ୍ୟବସାୟ ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି । ୧୦ ଦିନରେ ଘାଟି ରାସ୍ତା ଖୋଲାଯିବ ବୋଲି କହିଥିଲା ପ୍ରଶାସନ । ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା କାମ ଜାରି ରହିଥିଲେ । ହେଲେ ଆଜି ପ୍ରବଳ ବର୍ଷା ଯୋଗୁଁ ପୁଣି ଘାଟି ଉପରେ ମାଟି ଅତଡ଼ା ଖସିଛି ।