ସରକାରୀ ପାଣ୍ଠିର ଅପବ୍ୟବହାର କରି ବନ୍ଧା ହେଲେ କନିଷ୍ଠ ଯନ୍ତ୍ରୀ

ସରକାରୀ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର କନିଷ୍ଠ ଯନ୍ତ୍ରୀ ରତ୍ନେଶ କୁମାର ପାଣ୍ଡେଙ୍କୁ ବାନ୍ଧିଲା ଭିଜିଲାନ୍ସ । ତାଙ୍କ ବିରୁଦ୍ଧରେ ୨୦୨୩-୨୪ ଆର୍ଥିକ ବର୍ଷରେ ପଟ୍ଟାମୁଣ୍ଡାଇ ବ୍ଲକରେ ଏକ ଷ୍ଟ୍ରିଟ୍ ଲାଇଟ୍ ବିଦ୍ୟୁତୀକରଣ ପ୍ରକଳ୍ପ କାର୍ଯ୍ୟକାରୀ କରି ଜିପି ଉନ୍ନୟନମୂଳକ ପାଣ୍ଠିର ଅପବ୍ୟବହାର ଅଭିଯୋଗ ହୋଇଛି । ସେ ପିପିଲିସ୍ଥିତ ଏସବିଆଇ ଶାଖାରେ ଥିବା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହାକୁ ସ୍ଥାନାନ୍ତର କରିଥିବା ଅଭିଯୋଗ ହୋଇଛି ।

ତେବେ ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଥିବା ୯.୭୦ ଲକ୍ଷ ଟଙ୍କାର ପ୍ରମାଣ ସଂଗ୍ରହ କରିଛି ଭିଜିଲାନ୍ସ  ବିଭାଗ । ରତ୍ନେଶଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୧୩(୨) ଏବଂ ୧୩(୧)(କ)/୧୨ ସହିତ ଆଇପିସି ଧାରା ୪୦୯ ଏବଂ ୧୨୦-ବି ସହିତ ଏକ ମାମଲା ରୁଜୁ କରାଯାଇଛି । ତେବେ ତାଙ୍କୁ କଟକର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ କୋର୍ଟକୁ ପଠାଯିବ ବୋଲି ଜଣାପଡ଼ିଛି ।

Odisha Vigilance Nabs Gram Panchayat ADEO for Accepting ₹2,500 Bribe in  Mayurbhanj - Reporters Today English