ଆକ୍ରୋଶମୂଳକ ଭାବେ ସାମ୍ବାଦିକ ଗିରଫ

ଜଳେଶ୍ୱର: ପୁଣି ଜଣେ ସମ୍ବାଦିକ ଗିରଫ । ଆକ୍ରୋଶମୂଳକ ଭାବେ ସମ୍ବାଦିକଙ୍କୁ ଗିରଫ କଲା ଜଳେଶ୍ୱର ପୋଲିସ । ପ୍ରଥମେ ଅଟକ ଆଉ ଗିରଫ ହୋଇଛନ୍ତି ସାମ୍ବାଦିକ ରାଜେଶ ପ୍ରଧାନ । ବ୍ରାଉନ ସୁଗାର ଏବଂ ବେପାରୀମାନଙ୍କ ସମ୍ପର୍କରେ ଲଗାତାର ଖବର ପ୍ରସାରଣ କରୁଥିବାରୁ ରାଜେଶଙ୍କୁ ଗିରଫ କରାଯାଇଛି ।
ଶୁକ୍ରବାର ପ୍ରଥମେ ପୋଲିସ ସାମ୍ବାଦିକ ରାଜେଶଙ୍କୁ ଥାନାକୁ ଡାକି ଅଟକ ରଖିଥିଲା । ପଚରାଉଚୁରା ସମୟରେ ଟଙ୍କା ନେଣଦେଣକୁ ନେଇ ଏକ ମାମଲାରେ ରାଜେଶଙ୍କୁ ଅଟକ ରଖିବା ପରେ ଶନିବାର ତାଙ୍କୁ ଗିରଫ କରିଛି ଜଳେଶ୍ୱର ପୋଲିସ । ତେବେ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ରାଜେଶଙ୍କ ବିରୋଧରେ ଅଭିଯୋଗ କରିଥିବା ବ୍ୟକ୍ତି ଥାନାକୁ ଆସିନାହାନ୍ତି । ରାଜେଶଙ୍କ ନାମରେ ଅନେକ ସଙ୍ଗୀନ ଦଫା ଲାଗିଥିବା ବେଳେ ଏଫଆଇଆର କପି ମଧ୍ୟ ଦେଇନାହିଁ ପୋଲିସ ।
ରାଜେଶ ବାରମ୍ବାର ବ୍ରାଉନ ସୁଗାର, ବେପାରୀଙ୍କ ସହିତ ବେଆଇନ ଗୋରୁ ଚାଲାଣ ବିରୋଧରେ ଖବର ପ୍ରସାରଣ କରୁଥିଲେ । ତେଣୁ ମାଫିଆ ଆକ୍ରୋଶମୂଳକ ଭାବେ ତାଙ୍କୁ ଫସାଇ ଦେଇଥିବା ଚର୍ଚ୍ଚା ହେଉଛି । ଏହାବ୍ୟତୀତ ଅଭିଯୋଗକାରୀଙ୍କୁ ନେଇ ମଧ୍ୟ ଅନେକ ପ୍ରଶ୍ନ । ଏତଲା କାରୀଙ୍କ ଦେଖା ମିଳୁ ନଥିବା ବେଳେ ରାଜେଶଙ୍କୁ ଏତଲାର କପି ଦେଉନ୍ି ପୋଲିସ । ତେଣୁ ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନ ଏବେ ପୋଲିସର କର୍ତ୍ତବ୍ୟ ଏବଂ ସଚ୍ଚୋଟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।