ଝାରସୁଗୁଡ଼ାରେ ପ୍ରକାଶ ପାଇଲା ବିଜ୍ଞପ୍ତି,ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଭୋଟ୍

0

ଝାରସୁଗୁଡ଼ା:ଝାରସୁଗୁଡ଼ାରେ ପ୍ରକାଶ ପାଇଲା ବିଜ୍ଞପ୍ତି । ପୂର୍ବତମ ବିଧାୟକ ନବ ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡାରେ ପୁଣି ଊପନିର୍ବାଚନ କରାଯିବ । ପୂର୍ବରୁ ପ୍ରାର୍ଥୀଙ୍କ ନାମାଙ୍କ ଘେସଣା କରାଯାଇଥିଲା ବିଜେଡିରୁ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରୀପାଠି, କଂଗ୍ରେସରୁ ତରୁଣ ପାଣ୍ଡେ ପ୍ରାର୍ଥୀ ଘୋସଣା ହୋଇଥିବା ବେଳେ ଏବେ ସାମ୍ନାକୁ ଆସିଛି ଅନ୍ୟ ଏକ ବିଜ୍ଞପ୍ତି । ଆଜିଠୁ ୨୦ ତାରିଖ ପର୍ୟ୍ୟନ୍ତ ନାମାଙ୍କନ କରାଯିବ। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ନାମାଙ୍କନ ଭରିପାରିବେ ପ୍ରାର୍ଥୀ । ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ହେବ ନାମାଙ୍କନପତ୍ର ଦାଖଲ । ୨୧ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ ଏବଂ ୨୪ ତାରିଖ ଅପରାହ୍ନ ୩ଟା ସୁଦ୍ଧା ପ୍ରାର୍ଥୀ ନିଜ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ।ମେ ୧୦ରେ ଭୋଟଗ୍ରହଣ କରାଯିବ । ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଭୋଟ୍ ଦେବେ ଝାରସୁଗୁଡ଼ା ଭୋଟର । ମେ ୧୩ରେ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ ।
ଉପ ନିର୍ବାଚନ ପାଇଁ ଆଜି ସକାଳୁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଡିଷ୍ଟ୍ରିକ୍ଟ ଲେଭେଲ EVM ଏଣ୍ଡ VVPAT ୱେର ହାଉସରୁ କଡା ସୁରକ୍ଷା ବ୍ୟବସ୍ଥାରେ EVM ମସିନ ଗୁଡିକୁ ଇଂଜିନିଅରିଙ୍ଗ ସ୍କୁଲ ସ୍ଥିତ ଷ୍ଟ୍ରଙ୍ଗ ରୁମକୁ ନିଆଯିବାର ବ୍ୟବସ୍ଥା କରାଯାଉଛି। ଏହି ଅବସରରେ ଝାରସୁଗୁଡା ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବରିଷ୍ଠ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ନିର୍ବାଚନ ପରିଚଳନା ଦାୟିତ୍ୱରେ ଥିବା ଅଧିକାରୀ କର୍ମଚାରୀ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ।