ଇନଷ୍ଟାଗ୍ରାମରେ ଆରମ୍ଭ ଝାଡଖଣ୍ଡରେ ଶେଷ

0

ପ୍ରେମ ଶକ୍ତି ଏତେ ଥାଏ ଯେ ତହା ସାତ ଦରିଆ ପାର କରିପାରେ । ଏପରି କିଛି କଥା ଏବେ ସତ ହେଇଛି । ଜଣେ ପ୍ରେମିକା ପ୍ରେମିକକୁ ଦେଖା କରିବାପାଇଁ ପୋଲାଣ୍ଡରୁ ସିଧା ଚାଲି ଆସିଲେ ଭାରତ। ତେବେ ଏହି ଲଭ ଷ୍ଟୋରୀ ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିଲା । ପୋଲାଣ୍ଡରୁ ନିଜ ମନର ମଣିଷକୁ ଦେଖା କରିବାକୁ ପହଞ୍ଚି ଛନ୍ତି । ଏହି କଥାକୁ ନେଇ ସବୁଆଡେ ଚର୍ଚ୍ଚା ।

ଝାଡଖଣ୍ଡର ଜଣେ ଯୁବକ ପ୍ରେମରେ ପଡିଗଲେ ପୋଲାଣ୍ଡର ଏହି ମହିଳା । ଦୁଇଜଣ ଇନଷ୍ଟାଗ୍ରାମରୁ ପ୍ରଥମେ କଥାବାର୍ତ୍ତା ଆରମ୍ଭ କରିଥିଲେ । ଆଉ ତାପରେ ଦୁହେଁ ଭଲପାଇ ବସିଥିଲେ।
ସୂଚନା ମୁତାବକ ଦୁହିଙ୍କ ସାକ୍ଷାତ ପ୍ରଥମେ ୨୦୨୧ରେ ହୋଇଥିଲା । ସେହି ସମୟରେ ବାରବରା ଭାରତ ବୁଲିବାକୁ ଆସିଥିଲେ । ପରେ ଇନଷ୍ଟାଗ୍ରାମରେ କଥାବାର୍ତ୍ତା ଆରମ୍ଭ ହେଲା । ଶାଦାବ ଓ ବରବରା ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏଥିପାଇଁ ଶାଦାବ ହଜାରିବାଗ ଏସଡିଏମ କୋର୍ଟରେ ଆବେଦନ କରିଛନ୍ତି । ବାରବରାଙ୍କୁ ଏବେ ୪୯ ବର୍ଷ ହୋଇଥିବାବେଳେ ଆନ୍ୟା ପୋଲାକ୍ ନାଁରେ ତାଙ୍କର ୮ ବର୍ଷ ଝିଅ ଅଛି । ଝାଡ଼ଖଣ୍ଡ ଆସିବା ପରେ ଶାଦାବଙ୍କ ଗାଁ ବୁଲିବା ସହ ଝାଡ଼ଖଣ୍ଡର ବିଭିନ୍ନ ଜାଗା ବୁଲିଛନ୍ତି ବାରବରା ।