ବ୍ୟୁରୋ : ଶୋଇଥିବା ସମୟରେ ସ୍ୱପ୍ନ ଦେଖିବା ସାଧାରଣ କଥା । ମାତ୍ର କିଛି ସ୍ୱପ୍ନ ଦେଖିବା ପରେ ଆପଣଙ୍କୁ ଭୟ ଅନୁଭବ ହୋଇଥାଏ । ସେହିଭଳି କିଛି ସ୍ୱପ୍ନ ଦେଖିବା ପରେ ଖୁସି ମଧ୍ୟ ଅନୁଭବ ହୋଇଥାଏ । ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ସ୍ୱପ୍ନର ଭିନ୍ନ ଭିନ୍ନ ଅର୍ଥ ରହିଛି । ଏହାସହ ପ୍ରତ୍ୟେକ ସ୍ୱପ୍ନ ଜୀବନରେ ପ୍ରଭାବ ପକାଇନଥାଏ । ମାତ୍ର ଏପରି କିଛି ସ୍ୱପ୍ନ ରହିଛି ଯାହା ଜୀବନରେ ଘଟିଥିବାକୁ ଥିବା କିଛି ଘଟଣାର ସଙ୍କେତ ଦେଇଥାଏ । ସେଭଳି ଏକ ଜିନିଷ ହେଉଛି ଝାଡୁ ।
ସ୍ୱପ୍ନରେ ନିଜେ ଝାଡୁ କରୁଥିବା ଦେଖିଲେ ଏହାକୁ ଶୁଭ ସଙ୍କେତ କୁହାଯାଏ । ଏହାର ଅର୍ଥ ଆପଣଙ୍କୁ ହଠାତ୍ ଧନର ପ୍ରାପ୍ତି ହେବ । ଶୁଭ ଖବର ମଧ୍ୟ ମିଳିବ । ଲାଗି ରହିଥିବା ସମସ୍ୟା ଦୂର ହେବ । କୋର୍ଟ କଚେରି ମାମଲାରେ ମଧ୍ୟ ଶୁଭ ଖବର ମିଳିବ । ସ୍ୱପ୍ନରେ ବଜାରରୁ ଝାଡୁ କିଣିବା ଦେଖିଲେ ଏହାକୁ ମଧ୍ୟ ଶୁଭ ସଙ୍କେତ କୁହାଯାଏ । ସନ୍ତାନଙ୍କ ସହ ଜଡିତ ଶୁଭ ଖବର ମିଳିବାର ସମ୍ଭାବନା ରହିଥାଏ । ଅଟକି ଥିବା କାମରେ ସଫଳତା ମିଳିଥାଏ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ । କୌଣସି କାର୍ଯ୍ୟରେ ଲାଭ ହୋଇଥାଏ ।
କୌଣସି ବ୍ୟକ୍ତି ସ୍ୱପ୍ନରେ ଝାଡୁ ଭୂମ ଉପରେ ପଡିଥିବାର ଦେଖିଲେ ଏହାକୁ ଅଶୁଭ କୁହାଯାଏ । ଏହାର ଅର୍ଥ ଭବିଷ୍ୟରେ କୌଣସି ସମସ୍ୟା ଆସିପାରେ । ହିନ୍ଦୁ ଧର୍ମରେ ଝାଡୁକୁ ମା’ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମଧ୍ୟ କୁହାଯାଏ । ଝାଡୁ ସଠିକ ଭାବେ ନରଖିବା ମଧ୍ୟ ମା’ଙ୍କ ଅବମାନନା ବୋଲି କୁହାଯାଏ । ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, କୌଣସି ବ୍ୟକ୍ତି ସ୍ୱପ୍ନରେ କବାଟ ପଛରେ ଝାଡୁ ରଖାଯାଇଥିବା ଦେଖନ୍ତି, ବ୍ୟବସାୟରେ ଏହାର ପ୍ରଭାବ ପଡିବା ନେଇ ସଙ୍କେତ ଦେଇଥାଏ । କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ଟଙ୍କା ଖର୍ଚ୍ଚ ହୋଇପାରେ । ସେହି ସମୟରେ ଅତି ଆବଶ୍ୟକ ନଥିଲେ ନୂତନ କାର୍ଯ୍ୟର ଆରମ୍ଭ କରନ୍ତୁ ନାହିଁ ।