ମହାକାଶରୁ ନିରାପଦରେ ଫେରିଲେ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଜେଫ୍ ବେଜୋସ୍
ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଜେଫ୍ ବେଜୋସ୍ ନିଜର ଡ୍ରିମ୍ ସ୍ପେସ୍ ଫ୍ଲାଇଟ୍ର ଯାତ୍ରା ପରେ ନିରାପଦରେ ପୃଥିବୀକୁ ଫେରିଛନ୍ତି ।
(ଦିଲ୍ଲୀ) : ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଜେଫ୍ ବେଜୋସ୍ ନିଜର ଡ୍ରିମ୍ ସ୍ପେସ୍ ଫ୍ଲାଇଟ୍ର ଯାତ୍ରା ପରେ ନିରାପଦରେ ପୃଥିବୀକୁ ଫେରିଛନ୍ତି । ମଙ୍ଗଳବାର ଆମାଜନ୍ର ଫାଉଣ୍ଡରଜେଫ୍ ବେଜୋସ୍ ମହାକାଶରେ ନିଜର ୧୧ ମିନିଟ୍ର ଯାତ୍ରା କରି ଫେରି ଆସିଛନ୍ତି । ତାଙ୍କ ସହ ଆଉ ୩ଜଣ ଯାତ୍ରୀ ଥିଲେ ।

ସୂଚନାନୁଯାୟୀ , ଜେଫ୍ ବେଜୋସ୍ ଓ ତାଙ୍କର ୩ଜଣ ସାଥି ଭାରତୀୟ ସମୟ ଅନୁସାରେ ମଙ୍ଗଳବାର ସନ୍ଧ୍ୟା ୬ଟା ୪୨ ମିନିଟ୍ରେ ବାହାରି ଥିଲେ ଏବଂ ଯାତ୍ରା ସାରି ଫେରି ଆସିଥିଲେ । ଯେମିତି ତାଙ୍କର ସ୍ପେସ୍ ଫ୍ଲାଇଟ୍ ସଫଳତା ପୂର୍ବକ ଯାତ୍ରା ପୂରା କରିଥିଲା ୮୨ ବର୍ଷିୟା ଫଙ୍କ ବିଶ୍ୱର ସବୁଠୁ ଅଧିୟ ବୟସ ଥିବା ମହାକାଶ ଯାତ୍ରୀ ହୋଇଯାଇ ଥିଲେ । ସେପଟେ ୧୮ ବର୍ଷ ବୟସରେ ଓଲେଭର ଡେମନ ସବୁଠୁ ଯୁବା ମହାକାଶ ଯାତ୍ରୀ ହୋଇ ଯାଇଛନ୍ତି । ଓଲିଭର ନିକଟରେ ହାଇ ସ୍କୁଲ୍ ପାସ୍ କରିଛନ୍ତି ।
Scenes from #NSFirstHumanFlight astronaut load. pic.twitter.com/L7u1ZaYn60
— Blue Origin (@blueorigin) July 20, 2021
ଏହା ସହ ୫୭ବର୍ଷିୟ ବେଜୋସ୍ ସ୍ପେସ୍ ଯାତ୍ରା କରିଥିବା ଦ୍ୱିତୀୟ କୋଟିପତି ହୋଇ ଯାଇଛନ୍ତି । ତାଙ୍କ ପୂର୍ବରୁ ବ୍ରିଟେନ୍ ବ୍ୟବସାୟୀ ରିଚାର୍ଡ ବ୍ରାନସନ ଏହି କାରନାମା ଦେଖାଇ ସାରିଛନ୍ତି ।