ଡାକ୍ତରଙ୍କ ଘରୁ ୩୦୦ କିଲୋଗ୍ରାମର ବିସ୍ଫୋରକ ଜବତ କଲା ଜମ୍ମୁ କାଶ୍ମୀର ପୋଲିସ

ନୂଆଦିଲ୍ଲୀ:- ଜମ୍ମୁ କାଶ୍ମୀର ପୋଲିସ ଏକ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାଶ କରିଛି। ଜଣେ ଡାକ୍ତରଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି। ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସହିତ ଲିଙ୍କ୍ ସନ୍ଦେହରେ ଗିରଫ ହୋଇଥିବା ଅଭିଯୁକ୍ତ ଡାକ୍ତର ଡକ୍ଟର ଆଦିଲ ଅହମ୍ମଦ ରାଥରଙ୍କ ସୂଚନା ଆଧାରରେ ଜମ୍ମୁ କାଶ୍ମୀର ପୋଲିସ ହରିୟାଣାର ଫରିଦାବାଦ ଜିଲ୍ଲାରେ ଡାକ୍ତର ମୁଫାଜିଲ ଶକିଲଙ୍କ ଭଡା ଘରେ ଚଢାଉ କରି ତାଙ୍କ ଲକରରୁ ୩୦୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ଏବଂ ଏକ ଆସଲ୍ଟ ରାଇଫଲ୍ ଜବତ କରିଛି।

ಫರೀದಾಬಾದ್​ನಲ್ಲಿ 300ಕೆಜಿ ಆರ್​ಡಿಎಕ್ಸ್​, ಎಕೆ-47, ಮದ್ದುಗುಂಡುಗಳು ಪತ್ತೆ - Kannada News | Jammu and Kashmir Police Seize 300 Kg of RDX, AK 47 Rifle and Ammunition in Faridabad Operation | TV9 Kannada

ପୋଲିସ ଫରିଦାବାଦରେ ପୁଲୱାମା ନିବାସୀ ଡାକ୍ତର ମୁଫାଜିଲ ଶକିଲଙ୍କୁ ଗିରଫ କରିଛି, ଯେତେବେଳେ ଅନ୍ୟ ଜଣେ ଡାକ୍ତର ଫେରାର ଅଛନ୍ତି। ପୂର୍ବରୁ ଜମ୍ମୁ କଶ୍ମୀର ପୋଲିସ ଅନନ୍ତନାଗର ନିବାସୀ ଡାକ୍ତର ଆଦିଲ ଅହମ୍ମଦ ରାଥୋଡଙ୍କୁ ଗିରଫ କରିଥିଲା, ଯାହାଙ୍କ ସୂଚନା ଅନୁଯାୟୀ ଫରିଦାବାଦରେ ଚଢାଉ କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି ତିନି ଜଣ ଡାକ୍ତରଙ୍କର ଆତଙ୍କବାଦୀ ସଂଗଠନ ଅନସାର ଘଜୱାତ-ଉଲ-ହିନ୍ଦ ସହିତ ସମ୍ପର୍କ ଅଛି, ଯାହା ଜମ୍ମୁ କଶ୍ମୀରରେ ପୁନଃ ସକ୍ରିୟ ହେବାକୁ ଚେଷ୍ଟା କରୁଛି।