(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ରାତି ଅଧରେ ସହିଦ ନଗରେ ଥାନାରେ ପଶି ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣା ଏବେ ନୂଆ ମୋଡ଼ ନେଇଛି । ଏଥିରେ ସଂପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରୀପାଠୀଙ୍କୁ କୋର୍ଟରୁ ମିଳିଛି ଜାମିନ । ସେ ଏହି ଘଟଣାରେ ଗିରଫ ହୋଇ ଝାରପଡ଼ାରେ ଜେଲରେ ଥିଲେ । ଗରିଫ ହେବାର ମାସକ ଭିତରେ ତାଙ୍କୁ ଜାମିନ ମିଳିଛି । ୯ ମାର୍ଚ୍ଚରେ ଗିରଫ ହୋଇଥିବା ପ୍ରକାଶ ୧୦ ଏପ୍ରିଲରେ ବେଲ୍ ପାଇଛନ୍ତି । ସବୁ ପ୍ରମାଣ ତାଙ୍କ ବରୁଦ୍ଧରେ ଥିବା ସ୍ୱତ୍ତେ୍ୱ କୋର୍ଟରୁ ତାଙ୍କୁ କିପରି ଜାମିନ ମିଳିଛି । ଏହି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ମନରେ ନାନା ପ୍ରଶ୍ନ ଉଙ୍କିମାରିବାରେ ଲାଗିଛି । କାହା ଚାପରେ ଅପରାଧିକୁ ଜାମିନ୍ ମିଳିଛି ବୋଲି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ଏହି ଘଟଣା ନେଇ ସିଧାସଳଖ ଶାସକ ଦଳକୁ ସମାଲୋଚନା କରିଛନ୍ତି ବିରୋଧୀ ।
କାରଣ ଅଭିଯୁକ୍ତ ଜଣକ ହେଉଛନ୍ତି ବିଜୁ ଯୁବ ଜନତା ଦଳର ଉପ ସଭାପତି । ଘଟଣା ଘଟିବା ଦିନଠାରୁ ପ୍ରତିଦିନ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାର ଦାବି ହେଉଥିବା ସତ୍ତ୍ୱେ ପୋଲିସ ବହୁ ବିଳମ୍ବରେ ପ୍ରକାଶଙ୍କୁ ଗିରଫ କରିଥିଲା ତାଙ୍କ ବିରୁଦ୍ଧରେ ୩୦୭, ୩୩୩, ୪୫୧, ୨୯୪ ଭଳି ୯ଟି ଦଫା ଲଗାଇଥିଲା ସହିଦ ନଗର ପୋଲିସ । ପ୍ରକାଶ ସମେତ ଏହି ଘଟଣାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଜମିନ୍ ମିଳିଛି ବୋଲି ଶୁଣିବାକୁ ମିଳୁଛି । ତେବେ ପ୍ରକାଶ ବିରୁଦ୍ଧରେ ୩୦୭ ଦଫା ଲାଗିଥିବା ସ୍ୱତ୍ତେ ମାସକ ଭିତରେ ତାଙ୍କୁ କାହା ଚାପରେ କୋର୍ଟରୁ ଜାମିନ୍ ମିଳିଲା ବୋଲି ପ୍ରଶ୍ନ ଉଠିଛି । ଯେଉଁ ଘଟଣାକୁ ନେଇ ରାଜ୍ୟର ଚାରିଆଡ଼େ ହଟଚମଟ ସୃଷ୍ଟି ହୋଇଥିଲା । ଏପରିକି ଘଟଣାକୁ ପଲିଟିକାଲ ଲିଙ୍କ ମଧ୍ୟ ଦିଆଯାଇଥିଲା । ସେହି ଘଟଣାର ଅଭିଯୁକ୍ତକୁ ଏତେ ସହଜରେ ଓ ଅଳ୍ପ ସମୟ ମଧ୍ୟରେ ଜାମିନ୍ ମିଳିଛି । ବତର୍ମାନ ନିର୍ବାଚନ ଚାଲିଥିବା ବେଳେ ଏପରି ଅଭିଯୁକ୍ତଙ୍କୁ ଜାମିନ୍ ମଳିବା ନେଇ ସର୍ବ ସାଧାରଣରେ ପ୍ରଶ୍ନ ଉଠିବାରେ ଲାଗିଛି ।