ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

( ଦିଲ୍ଲିପ ସାହୁ) : ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ପ୍ରଶାସନ ଓ ସର୍ବଶିକ୍ଷା ଅଭିଯାନ ଆନୁକୂଲ୍ୟରେ ତିର୍ତୋଲ ଆଦିକବି ଶାରଳା ଦାସ କଲେଜ ପରିସରରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରକୁ ଜଗତସିଂହପୁର ସାଂସଦ ଡାକ୍ତର କୁଳମଣୀ ସାମଲ ଓ ତିର୍ତୋଲ ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, ବିଡିଓ ରଂଜନ ପରିଡା, ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଉମାକାନ୍ତ ସାହୁ ଓ କଲେଜ ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ। ତିର୍ତୋଲ ବ୍ଲକ ଅଧିନସ୍ଥ୨୯ଟି ପଞ୍ଚାୟତର ଶତାଧିକ ଦିବ୍ୟାଙ୍ଗ ଏହି ଶିବିରରେ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସାଂସଦ ଡାକ୍ତର କୁଳମଣୀ ସାମଲ ବ୍ୟକ୍ତିଗତ ଭାବେ ଦିବ୍ୟାଙ୍ଗ ମାନଙ୍କୁ ଭେଟି ପରାମର୍ଶ ଦେଇଥିଲେ।ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରର ସଫଳ ଆୟୋଜନ ପାଇଁ ବ୍ଲକ ପ୍ରଶାସନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଲିସ ପ୍ରଶାସନ ପକ୍ଷରୁ ସକ୍ରିୟ ସହଯୋଗ କରାଯାଉଥିବା ଦେଖିବାକୁ ମିଳିଥିଲା।