ବନ୍ଧା ହେଲେ କୁବେର ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ

ଭୁବନେଶ୍ୱର: ବନ୍ଧା ହେଲେ କୁବେର ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ଘରେ ଚଢ଼ଉ ବେଳେ ଅଚଳାଚଳ ସମ୍ପତ୍ତି ଠାବ କରାଯାଇଛଥିଲା । ନୟାଗଡ଼ ରଣପୁରରେ ଅଢ଼େଇ ଏକର ପରିମିତରେ ଏକ ବିଳାସପୂର୍ଣ୍ଣ ଫାର୍ମହାଉସ୍ ରହିଛି । ସେଠାରୁ ୨ଟି ହରିଣ ସିଂଘ ଓ ବନ୍ଧୁକ ଜବତ କରାଯାଇଛି । ଏହା ସହିତ ଅଳେଇଚ, ଡାଲଚିନି, ତେଜପତ୍ର, ଶାଗୁଆନ ଭଳି ଦାମୀ ଦାମୀ ଗଛ ରହିଛି । ଖାଲି ସେତିକି ନୁହେଁ ଫାର୍ମ ହାଉସ ଜବତ କରାଯାଇଛି । ସେଠାରେ ଏକ ବଡ଼ ପୋଖରୀରେ ମାଛ ଚାଷ, ୩୦ଟି ହଂସ ଏବଂ ୧୦ଟି ବତକ ମଧ୍ୟ ରହିଛି । ଏଥିସହ ଭୁବନେଶ୍ଵରରେ ଗୋଟିଏ ଏବଂ ରାୟଗଡା ଜିଲ୍ଲା ଗୁଣପୁରରେ ଦୁଇଟି ସମେତ ୩ଟି ବହୁମହଲା କୋଠା, ଗୋଟିଏ ଫାର୍ମ ହାଉସ, ଭୁବନେଶ୍ୱରରେ ତିନୋଟି ଉଚ୍ଚ ମୂଲ୍ୟର ପ୍ଲଟ୍, ୪୬୦ ଗ୍ରାମ ସୁନା, ୮୦ ଲକ୍ଷ ଟଙ୍କାରୁ ଅଧିକ ଜମା, ଗୋଟିଏ ଚାରି ଚକିଆ ଗାଡ଼ି ଗ୍ରାଣ୍ଡ ଭିଟାରା ଜବତ କରିଛି ଭିଜିଲାନ୍ସ । ତେବେ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି।