ରାଜ୍ୟରେ ଫାଇଲେରିଆ ନିରାକରଣ ପାଇଁ ଦିଆଯିବ ଆଇଭରମେଟିନ ବଟିକା

ଭୁବନେଶ୍ୱର: ରାଜ୍ୟରେ ଫାଇଲେରିଆ ନିରାକରଣ ପାଇଁ ଆଇଭରମେଟିନ ବଟିକା ଦିଆଯିବା ଲାଗି ସ୍ୱାସ୍ଥ୍ୟ ବିଭାଗ ଅଭିଯାନ ଆରମ୍ଭ କରିଛି । ଆସନ୍ତା ଅଗଷ୍ଟ ୧୦ରୁ ରାଜ୍ୟରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମ ଅଗଷ୍ଟ୧୦ରୁ ଆମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ବେଲେି କୁହାଯାଉଛି । ୧୧ ଜିଲ୍ଲାର ୧ କୋଟି ୮୧ ଲକ୍ଷ ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୬୫ ହଜାର ୬୬୬ ଡ୍ରଗ ଅଫିସର ନିୟୋଜିତ ହେବେ। ୧୦ ଦିନ ଭିତରେ ସମସ୍ତଙ୍କୁ ଔଷଧ ଖୁଆଇବାକୁ ଲକ୍ଷ ରଖାଯାଇଛି। ଗର୍ଭବତୀ ମହିଳା, ୨ ବର୍ଷରୁ କମ ବୟସର ଶିଶୁ, ଏକ ସପ୍ତାହ ଭିତରେ ଶିଶୁ ଜନ୍ମ କରିଥିବା ମାଆ ଓ ଅତ୍ୟନ୍ତ ଅସୁସ୍ଥ ଥିବା ବ୍ୟକ୍ତିଙ୍କୁ ଔଷଧ ଷେବନ ନକରିବାକୁ ପରାମର୍ଶ ଦିଆଯାଇଛି । ସୂଚନା ଅନୁଯାୟୀ, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର କହିଛନ୍ତି ଯେ, କ୍ରୁମି ପାଇଁ ଦିଆଯାଉଥିବା ଏହି ବଟିକା କୋଭିଡ ସମୟରେ ନିରାକରଣ ପାଇଁ ବ୍ୟବହାର ହୋଇଛି ଚର୍ଚ୍ଚାକୁ ଆସିଥିଲା। ପୂର୍ବରୁ ଫାଇଲେରିଆ ପାଇଁ ଆଲବେନଡାଜୋଲ ଓ ଡିଇସି ବଟିକା ଦିଆ ଯାଉଥିବା ବେଳେ ଏବେ ଏହା ସହ ଆଇଭରମେଟିନ ମଧ୍ୟ ଦିଆଯିବ।