ଲୋକମାନଙ୍କର ସମସ୍ୟା ଶୁଣିବା ସମାଧାନ କରିବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ପରେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିକ୍ରିୟା |ଲୋକମାନଙ୍କର ସମସ୍ୟା ଶୁଣିବା ସମାଧାନ କରିବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ। ତୃଣ ମୂଳ ସ୍ଥରରୁ ଜନଶୁଣାଣୀର ବ୍ୟବସ୍ଥା ଅଛି ସେଥି ପ୍ରତି ବ୍ୟବସ୍ଥା କରାଯିବ । ବିଗତ କିଛି ବର୍ଷ ଧରି ଗତ ସରକାର ସମୟରେ ସରକାର ଓ ଜନତାଙ୍କ ମଧ୍ୟରେ ଲୌହ ପାଚେରୀ ଥିଲା। ଲୋକଙ୍କ ସମସ୍ୟା ସମାଧାନ ହୋଇପାରିନଥିଲା। ଆଜି ପାଚେରୀ ଭଙ୍ଗିଦିଆଗଲା। ପୁନର୍ବାର ଅଭିଯୋଗ ପ୍ରକୋଷ୍ଟ ଆରମ୍ଭ ହେଲା। ସିଧା ସଳଖ ଲୋକଙ୍କ ସହ ସରକାର ଅଭିଯୋଗ ଶୁଣିବା ଆରମ୍ବ କଲେ | ଲୋକ ଆଶା କରିବେ ଓ ସମାଧାନ ପାଇପାରିବେ | ଅନେକ ଲୋକେ ନ୍ୟାୟ ପାଇବାରେ ବଞ୍ଚିତ ହେଉଥିଲେ | ସାଢେ଼ ଚାରି କୋଟି ଓଡ଼ିଆ ସରକାରଙ୍କ ଉପରେ ଭରସା କରିପାରିବେ । ଯଦି ସରକାର ଅଭିଯୋଗ ନ ଶୁଣିବେ ଲୋକଙ୍କ ଭବିଷ୍ୟତ ଅନ୍ଧକାର ହେଇଯିବ। ଲୋକ ବିଭିନ୍ନ ଜାଗାକୁ ଦୌଡ଼ି ମଧ୍ୟ ସମାଧାନ ହୋଇପାରିନି। ଅଭିଯୋଗ କାରି ବ୍ୟକ୍ତି ମାନଙ୍କ ସହ କଥା ହୋଇ ଅଭିଯୋଗ ଶୁଣାଯାଇଛି | ସମାଧାନ ର ରାସ୍ତା ବାହାରିବ | ସାମାଜିକ ନ୍ୟାୟ ପାଇବାରେ ଅଭିଯୋଗ ପ୍ରକୋଷ୍ଠ ର ଗୁରୁତ୍ୱ ରହୁଛି |ସବୁ ବିଭାଗ ର ଅଧିକାରୀ ଓ ଜିଲ୍ଲାପାଳ ଙ୍କୁ ନିର୍ଦ୍ଧେଶ ଦେଇଛି ସବୁଠି ଅଭିଯୋଗ ଶୁଣାଣି ଚାଲିଛି | ଓଡ଼ିଶାରେ ସୁସ୍ଥ ବାତାବରଣ ସୃଷ୍ଟି ହେବ | ସବୁ ସୋମବାର ଏହି କାର୍ଯ୍ୟକ୍ରମ ହେବ | ଆଶା କରିବି ଲୋକଙ୍କୁ ନିବେଦନ ଆମେ ଯେଉଁ ନୀତି ନିୟମ ଦେଉଛୁ ଜିଲ୍ଲା ରେ ଭେଟନ୍ତୁ |ଜିଲ୍ଲା ଲେବେଲରେ ଅଧିକ ତ୍ଵରାନିତ ହେବା ଦରକାର। ବର୍ତ୍ତମାନ ସୁଦ୍ଧା 99% ଅଭିଯୋଗ ଆସିଛି |