ଉତ୍କଳ ମିଡିଆ ସାମ୍ବାଦିକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

Issue of memorandum to the Chief Minister

ରାୟଗଡ : (ମନୋଜ କୁମାର ସାହୁ) ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କୁ ଉଦେଶ୍ୟରେ ସାମ୍ବାଦିକ ମାନଙ୍କ ମୌଳିକ ୫ ଦଫା ସମ୍ବଳିତ ଏକ ଦାବୀପତ୍ର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନଙ୍କୁ ପ୍ରଦାନ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା ମାଧ୍ୟମରେ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସହାୟତା,ଅନୁଦାନ ଓ ସାହାଯ୍ୟ ପ୍ରଦାନ କରିଆସୁଛନ୍ତି । ରାଜ୍ୟରେ କାର୍ୟ୍ୟରତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ସଦା ସର୍ବଦା ଜାଗ୍ରତ ରହି ରାଜ୍ୟର କୋଣ ଅନୁକୋଣରେ ଲୁକାୟତ ଭାବେ ରହିଥିବା ସମସ୍ୟା ଗୁଡିକୁ ଲୋକ ଲୋଚନକୁ ଆଣିବା ସହ ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ସାମ୍ବାଦିକ ମାନେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହିସବୁକୁ ଦୃଷ୍ଟିରେ ରଖି ରାୟଗଡ ଜିଲ୍ଲା ସ୍ତରୀୟ ସଙ୍ଘ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ୫ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ସଭାପତି ଦୟାନନ୍ଦ ଖାଡାଙ୍ଗାଙ୍କ ଏତୃତ୍ବରେ ନିୟମଗିରି ନିଉଜ ଚ୍ୟାନେଲର ସମ୍ପାଦକ ଡ଼ଃ. ବୋମାଲି କାନ୍ତାରାଓ, ସାମ୍ବାଦିକ ମନୋଜ କୁମାର ସାହୁ,ଜି.ଭି.ଆର.ପଟ୍ଟନାୟକ,ଜିତେନ୍ଦ୍ର କୁମାର ପାଢୀ,ଭୋଲା ଜୟଶଙ୍କର ଓ ସରୋଜ କୁମାର ସାହୁ ପ୍ରମୂଖ ଉପସ୍ଥିତ ଥିଲେ ।