ବର୍ଷର ପ୍ରଥମ ମିଶନ ‘ଅନ୍ବେଷା’ ଉପଗ୍ରହ ଉତ୍‌କ୍ଷେପଣ କରି ଇତିହାସ ରଚିବ ଇସ୍ରୋ

ଶ୍ରୀହରିକୋଟା: ବର୍ଷର ପ୍ରଥମ ମିଶନ ଲଞ୍ଚ୍‌ କରିବାକୁ ଇସ୍ରୋ ପ୍ରସ୍ତୁତ । ଆଜି ‘ଅନ୍ବେଷା’ ଉପଗ୍ରହ ଉତ୍‌କ୍ଷେପଣ କରି ଇତିହାସ ରଚିବ ଇସ୍ରୋ । PSLV-C 62 ରକେଟ୍ ଜରିଆରେ ହେବ ଉତ୍‌କ୍ଷେପଣ । ଆନ୍ଧ୍ର ଶ୍ରୀହରିକୋଟାରୁ ଦିନ ୧୦ଟା ୧୭ ମିନିଟ୍‌ରେ ହେବ ଉତ୍‌କ୍ଷେପଣ । ରାଷ୍ଟ୍ରୀୟ ସୁରକ୍ଷାକୁ ଆହୁରି ମଜଭୁତ୍ କରିବ ‘ଅନ୍ବେଷା’ । ଶତ୍ରୁ ଉପରେ ତୀକ୍ଷଣ ନଜର ରଖିବ ‘ଅନ୍ବେଷା’ । ଏଥିସହ କୃଷି, ଅର୍ବାନ ମ୍ୟାପିଂ, ପରିବେଶ ସୁରକ୍ଷାରେ ବି ସହାୟକ ହେବ ।

ଏଥିରେ ଭୂ-ନିରୀକ୍ଷଣ ଉପଗ୍ରହ EOS N-1 ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନର ବିଭିନ୍ନ ରଣନୈତିକ କାର୍ଯ୍ୟ ନିମନ୍ତେ ସହାୟକ ହେବ ବୋଲି ଜଣାପଡ଼ିଛି । ଏହି ଅଭିଯାନରେ ୧୮ଟି ଦେଶୀୟ ଏବଂ ବିଦେଶୀ ଉପଗ୍ରହ ମଧ୍ୟ ଉତକ୍ଷେପଣ କରାଯିବ ।