ଇତିହାସ ରଚିଲା ଇସ୍ରୋ: ଲଞ୍ଚ ହେଲା ଆଦିତ୍ୟ L-1

ଲଞ୍ଚ ହେଲା ଆଦିତ୍ୟ ଏଲ-୧; ଶ୍ରୀହରିକୋଟାରୁ ହେଲା ଉତକ୍ଷେପଣ

ଶ୍ରୀହରିକୋଟା : ଚନ୍ଦ୍ର ଅଭିଯାନର ସଫଳତା ପରେ ଆଜି ଭାରତ ଆରମ୍ଭ କରିଛି ସୂର୍ଯ୍ୟ ଅଭିଯାନ । ଶ୍ରୀହରିକୋଟା ସ୍ପେସ ସେଣ୍ଟରରୁ ଉତକ୍ଷେପଣ ହେଲା ‘ଆଦିତ୍ୟ L1′ | ଦିନ ୧୧ଟା ୫୦ରେ ଉତକ୍ଷେପଣ ହେଲା ‘ଆଦିତ୍ୟ L1’ | PSLV-C57ରେ ‘ଆଦିତ୍ୟ L1’ ର କରାଗଲା ଉତକ୍ଷେପଣ |

‘ଆଦିତ୍ୟ L1’ କୁ ଲକ୍ଷସ୍ଥଳରେ ପହଞ୍ଚିବାକୁ ଲାଗିବ ୪ମାସ ସମୟ | ୧୫ ଲକ୍ଷ କିମି ଦୂରତା ଅତିକ୍ରମ କରିବାକୁ ଲାଗିବ ୪ମାସ ସମୟ | ଆଦିତ୍ୟଏଲ-୧ ମହାକାଶ ଯାନକୁ ଇସ୍ରୋ ପୃଥିବୀ ଠାରୁ ୧ ଦଶମିକ ୫ ନିୟୁତ କିମି ଉଚ୍ଚରେ ହାଲୋ ଅରବିଟରରେ ସ୍ଥାପନ କରିବ । ଯାହା ଇସ୍ରୋ ପାଇଁ ଏକ ଜଟିଳ କାର୍ଯ୍ୟ । କାରଣ ହାଲୋ ଅରବିଟରରେ ପୃଥିବୀର ଆକର୍ଷଣ ଶକ୍ତି ଶେଷ ହେଉଛି ଓ ସୂର୍ଯ୍ୟର ଆକର୍ଷଣ ଶକ୍ତି ଆରମ୍ଭ ହେଉଛି । ଏଠାରେ କୌଣସି ଛୋଟ ବସ୍ତକୁ ଦୀର୍ଘ ସମୟ ରଖାଯାଇପାରିବ ।

ତେବେ ସୌର ଯାନର ଗତିକୁ ନିୟନ୍ତ୍ରଣ କରାନଗଲେ ତାହା ସିଧା ସୂର୍ଯ୍ୟ ଅଭିମୁଖେ ଚାଲିଯିବାର ଆଶଙ୍କା ରହିଛି । ହାଲୋ ଅରବିଟରରେ ସୂର୍ଯ୍ୟ ଯାନକୁ ସ୍ଥାପନ କରି ଭାରତ ସୂର୍ଯ୍ୟ ଉପରେ ଅନୁଧ୍ୟାନ କରି ତଥ୍ୟ ହାସଲ କରିବ । ଆଦିତ୍ୟ ଏଲ-୧ରେ ମୋଟ ୭ଟି ପେଲେଡ ରହିଛି । ଏହି ସୌରଯାନ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ବେଳେ ଏହା ଉପରେ ସାରା ବିଶ୍ୱର ନଜର ରହିଛି ।