ଆଇରନ୍‌ର କ’ଣ ରହିଛି ଆବଶ୍ୟକତା

(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ବିଶେଷଭାବେ ଶରୀରରେ ହିମୋଗ୍ଲୋବିନ ନିର୍ମାଣ ହେବା ଲାଗି ଆଇରନ୍‌ର ଆବଶ୍ୟକତା ରହିଛି। ପୁରୁଷମାନଙ୍କୁ ନିୟମିତ ଭାବେ ୨୮ ମିଲିଗ୍ରାମ ଆଇରନ ଓ ମହିଳାମାନଙ୍କୁ ୩୦ ମିଲିଗ୍ରାମ ଆଇରନ ଦରକାର।
-ସବୁଜ ପନିପରିବା: ସବୁଜ ପନିପରିବା ତଥା ଶାଗରେ ଭରପୂର ମାତ୍ରାରେ ଆଇରନ୍‌ ରହିଛି। ମେଥି, ପାଳଙ୍ଗ ଓ ଅନ୍ୟ ଶାଗଗୁଡ଼ିରେ ଏହାର ମାତ୍ରା ଅଧିକ ଥାଏ। ମାତ୍ର ଏହାକୁ ଖାଲି ନ ଖାଇ ଆଳୁ ଓ ଟମାଟୋ ସହ ମିଶାଇ ଖାଆନ୍ତୁ। ଲାଭପ୍ରଦ ହେବ।
-ଫଳ: ବିଭିନ୍ନ ଫଳ ମଧ୍ୟରୁ ଡାଳିମ୍ବରେ ଆଇରନ୍‌ ଭରପୂର ରହିଛି। ଏଥିରେ ଥିବା ପ୍ୟୁନିକାଲାଗୈସ ତତ୍ତ୍ୱ ରକ୍ତ ପ୍ରସ୍ତୁତ କରିବାରେ ସହାୟକ ହୋଇଥାଏ। ଏହାଛଡ଼ା ଡାଳିମ୍ବରେ ଫାଇବର ମଧ୍ୟ ଥାଏ, ଯାହାକି ହାର୍ଟ ଲାଗି ବେଶ୍‌ ଭଲ। ସେହିପରି ସବୁଦିନ ଖରାରେ ଗୋଟିଏ ଟମାଟୋକୁ ଶୁଖାଇ ସେବନ କରନ୍ତୁ। ଏହାଦ୍ୱାରା ୨୦ ପ୍ରତିଶତ ଅଧିକ ଆଇରନ ମିଳିଥାଏ। ଏପରିକି ଆପଣ ଚାହିଁଲେ ରୋଷେଇ କରିବା ସମୟରେ ଖରାରେ ଶୁଖାଯାଇଥିବା ଟମାଟୋର ବ୍ୟବହାର କରିପାରିବେ।
– ଚିନାବାଦାମ: ବାଦାମ, କାଜୁ, ଅଖ୍‌ରୋଟ୍‌ ଆଦି ନିୟମିତ ଭାବେ ସେବନ କରନ୍ତୁ। ବିଶେଷକରି ଏହାକୁ ସକାଳ ଭୋଜନରେ ସାମିଲ
କରିପାରିବେ।
-ଲାଲ୍‌ ମାଂସ: ଲାଲ୍‌ ମାଂସରୁ ଅଧିକ ପରିମାଣରେ ଆଇରନ୍‌ ମିଳିଥାଏ। ଏଥିରେ କୋଲେଷ୍ଟରଲ୍‌ ଓ ଫ୍ୟାଟ୍‌ ମଧ୍ୟ ରହୁଥିବା ଯୋଗୁ ମାଂସ ଖାଇବା ପୂର୍ବରୁ ଏହାର ଠିକ୍‌ ମାତ୍ରା ଉପରେ ଧ୍ୟାନ ଦେବା ଜରୁରୀ, ନଚେତ ଏହାର କୁପ୍ରଭାବ ଶରୀର ଉପରେ ପଡ଼ିପାରେ।