ବ୍ୟୁରୋ: ଠକାମୀର ଶିକାର ହେଲେ ଆଇପିଏସ । ରେଷ୍ଟୁରାରେ ଗୋଟିଏ ଦୋସା ଖାଇଲେ, କିନ୍ତୁ ପାଖକୁ ଆସିଲା ଦୁଇଟି ଦୋସାର ବିଲ । ଯାହାକୁ ଦେଖିବା ପାରେ ଚକିତ ହୋଇଗଲେ ଆଇପିଏସ ଅଫିସର ଅରୁଣ ବୋଥ୍ରା । ତେବେ ଗୋଟିଏ ଦୋସା ଖାଇ ଦୁଇଟି ଦୋସାର ବିଲ ଦେଇଥିବା ନିଜେ ଟ୍ୱିଟ କରିଛନ୍ତି ଅରୁଣ ବୋଥ୍ରା । ସେ କହିଛନ୍ତି ଯେ, ସେ ଗୋଟିଏ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିଲେ । ସେଠି ସେ ଗୋଟିଏ ଦୋସାର ଅର୍ଡର ଦେଇଥିଲେ । ସେହି ଦୋସାକୁ ଖାଇବା ପରେ ଯେତେବେଳେ ବିଲ ଦେଖିଲେ ସେତେବେଳେ ବିଲରେ ଥିଲା ଦୁଇଟି ଦୋସାର ହିସାବ । ପରେ ଆଇପିଏସ ଅରୁଣ ବୋଥ୍ରା ରେଷ୍ଟୁରାଣ୍ଟ ୱେଟରଙ୍କୁ ଡାକି ଏ ବିଷୟରେ ପଚାରିଲେ ।
ୱେଟର କହିଲେ, ଅରୁଣ ବୋଥ୍ରାଙ୍କ ପାଖରେ ବସିଥିବା ବ୍ୟକ୍ତି ଖାଇଥିବା ଦୋସାର ବିଲ୍ ବୋଥ୍ରାଙ୍କ ବିଲ୍ରେ ପକାଇବା ପାଇଁ ବ୍ୟକ୍ତି ଜଣକ କହିଥିଲେ । ତେଣୁ କର୍ମଚାରୀଙ୍କ ଜଣକ ଭାବିଥିଲେ, ଦୁହେଁ ଏକାଠି ଆସିଛନ୍ତି, ଆଉ ସେଥିପାଇଁ ସେ ଦୁଇଟି ଦୋସାର ବିଲ୍ ଏକାଠି କରିଦେଇଥିଲେ । ଅରୁଣ ବୋଥ୍ରାଙ୍କ ଏହି ଟ୍ୱିଟ ଭାଇରାଲହେବାରେ ଲାଗିଛି । ଏହାକୁ ନେଇ ୟୁଜର୍ସମାନେ ଅନେକ କମେଣ୍ଟ ମଧ୍ୟ ଦେଇଛନ୍ତି ।
Dear Mr Bothra
Next time kis restaurant mein ja rahe ho … bata dena please
Bahut din hue dosa nahi khaya 😊— KJS DHILLON🇮🇳 (@TinyDhillon) May 8, 2023