ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୬ । ଏଥି ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆଇପିଏଲ୍ ୨୦୨୬ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି। ପୂର୍ବରୁ କେବଳ ପ୍ରଥମ ୨୦ଟି ମ୍ୟାଚ୍ର ତାଲିକା ଆସିଥିବା ବେଳେ, ଏବେ ପୂରା ଟୁର୍ଣ୍ଣାମେଣ୍ଟର ଚିତ୍ର ସ୍ପଷ୍ଟ ହୋଇଛି । ଆସନ୍ତା ମେ’ ୨୪ ତାରିଖ ପର୍ଯ୍ୟନ୍ତ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକ ଖେଳାଯିବ । ତେବେ ପ୍ଲେ-ଅଫ୍ କେବେଠୁ ଆରମ୍ଭ ହେବ, ସେ ନେଇ ବିସିସିଆଇ ଏଯାଏଁ କୌଣସି ଆଧିକାରିକ ଘୋଷଣା କରିନାହିଁ । ଚଳିତ ସିଜନରେ ମୋଟ ୧୨ଟି ଭେନ୍ୟୁରେ ମ୍ୟାଚ୍ ଆୟୋଜିତ ହେବ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିଜର ଦୁଇଟି ହୋମ୍ ମ୍ୟାଚ୍ ରାୟପୁରରେ ଖେଳିବାକୁ ଯାଉଛି । ସେହିପରି ପଞ୍ଜାବ କିଙ୍ଗସ ଧର୍ମଶାଳା ଓ ନୂଆ ଚଣ୍ଡିଗଡ଼ରେ ନିଜର ହୋମ୍ ମ୍ୟାଚ୍ ଖେଳିବ । ରାଜସ୍ଥାନ ରୟାଲ୍ସ ମଧ୍ୟ ଜୟପୁରରେ ୪ଟି ମ୍ୟାଚ୍ ଖେଳିବ । ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ପର୍ଯ୍ୟାୟରେ ବେଙ୍ଗାଲୁରୁ, ମୁମ୍ବାଇ, ଚେନ୍ନାଇ, କୋଲକାତା, ଦିଲ୍ଲୀ, ଅହମ୍ମଦାବାଦ, ହାଇଦ୍ରାବାଦ, ଲକ୍ଷ୍ନୌ, ଜୟପୁର, ଧର୍ମଶାଳା, ରାୟପୁର ଏବଂ ନୂଆ ଚଣ୍ଡିଗଡ଼ରେ ମ୍ୟାଚ୍ ଗୁଡ଼ିକ ଅନୁଷ୍ଠିତ ହେବ ।
Mark your calendars, folks 🗓️🥳
Presenting the full schedule for the upcoming #TATAIPL 2026 🙌
Which fixture are you looking forward to most? 🤔✍️ pic.twitter.com/1FSoHt0Trv
— IndianPremierLeague (@IPL) March 26, 2026