ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଏସ୍ ଏ ଫଙ୍କସନ୍ସ ହଲ୍ ରେ ଆନ୍ତର୍ଜାତୀକ ସମବାୟ ବର୍ଷ 2025 (ସଶକ୍ତ ସମବାୟ, ସୁଦୃଢ ସମାଜ,ସମୃଦ୍ଧ ଜୀବନ) କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସିନିଅର ଏଆରସିସି ତଥା ଡିଆରସିଏସ୍ ହରିହର ସେଠ, ଭାରପ୍ରାପ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହନାଙ୍ଗା, ଉପଜିଲ୍ଲାପାଳ ଅନୁପ ପଣ୍ଡା, ଜିଲ୍ଲା କୃଷି ଅଧିକାରୀ ଏମ୍ ପ୍ରକାଶ ରାଓ, ସହକାରୀ ପଶୁ ଚିକିତ୍ସା ଅଧିକାରୀ, ବ୍ରହ୍ମପୁର ବିସିସି ବ୍ୟାଙ୍କ ଏମଡି, ଆରଏମସି ସେକ୍ରେଟାରୀ ରେବତୀ ରାଉତ, ଜିଲ୍ଲା କୃଷକ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଡିଆଇସି ମେନେଜର ସୁନା ରାମ ସିଂ, ଗଜପତି ରାଓ, ଏସ୍ ବାଲରାଜୁ ପ୍ରମୁଖ ମଞ୍ଚାସିନ ଥିଲେ।
ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ରଶ୍ମିତା ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା। ସିନିୟର ଏଆରସିସି ତଥା ଡିଆରସିଏସ୍ ହରିହର ସେଠ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରଶ୍ମିତା ସାମଲ ମଞ୍ଚ ପରିଚାଳନା କରିଥିଲେ। ସଶକ୍ତ ସମବାୟ, ସୁଦୃଢ଼ ସମାଜ, ସମୃଦ୍ଧ ଜୀବନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମବାୟବିତ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଆଦର୍ଶ ପ୍ରାଥମିକ ସମବାୟ ସମିତିର ସମ୍ପାଦକ ଏ ରାମ ପ୍ରସାଦ, ବାବୁଲି ସାମଲଙ୍କ ସମେତ ଲ୍ୟାମ୍ପସର କର୍ମଚାରୀ, ସମବାୟ ସମିତିର କର୍ମଚାରୀ ଜନ ପ୍ରତିନିଧି, ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ।