ଭୁବନେଶ୍ୱର– ଆସନ୍ତା ଅଗଷ୍ଟ ୫ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଅଭୟାରଣ୍ୟ ଖୋଲିବ । କୋଭିଡ କଟକଣା ସହିତ ଭିତରକନିକା ଅଭୟାରଣ୍ୟ ଖୋଲିବ । ଏନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଭିତରକନିକା ଅଭୟାରଣ୍ୟ ଖୋଲିବା ସହିତ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପର୍ୟ୍ୟଟକମାନଙ୍କ ପାଇଁ କିଛି ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି । ଅଭୟାରଣ୍ୟ ମଧ୍ୟରେ ରାତ୍ରୀ ଯାପନ କରିପାରିବେନି ପର୍ୟ୍ୟଟକ ।ଡାଙ୍ଗମାଳ, ଖେଳା ଏବଂ ଗୁପ୍ତି ଦେଇ ଭିତରକନିକା ଯିବେ ପର୍ୟ୍ୟଟକ । କେବଳ ଦିନରେ ହିଁ ଅଭୟାରଣ୍ୟ ବୁଲିପାରିବେ । ସେଠାରେ କୌଣସି ହୋଟେଲ କିମ୍ବା ଲଜ୍ରେ ରାତ୍ରୀଯାପନ କରିପାରିବେ ନାହିଁ ପର୍ୟ୍ୟଟକ । କୋଭିଡ ନିୟମ ଉଲ୍ଲଂଘନ ହେଲେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।