ରାଇରଙ୍ଗପୁର(ସତ୍ୟନାରାୟଣ ପାଲ): ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ମୁଖ୍ୟ ରାଇରଙ୍ଗପୁର ସହରରେ ଲୁହାପଥର ବୋଝେଇ ଟ୍ରକ ଡ୍ରାଇଭର ମାନଙ୍କର ବେପାରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟୁଚି । ୨-୩ ମାସ ମଧ୍ୟରେ ଦୁର୍ଘଟଣାରେ ଆଠରୁ ଦଶ ଜଣଙ୍କ ପ୍ରାଣ ହରାଇଥିବା ସୁଜନା ମିଳିଛି । ତେଣୁ ସହରରେ ବାଇପାସ ନିର୍ମାଣ ପାଇଁ ରାଜ୍ୟସଭା ସାଂସଦ ମମତା ମହାନ୍ତ ଗତବର୍ଷ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗୋଡ଼କରିଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ଫଳରେ ଆଜି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ରାଇରଙ୍ଗପୁର ଭାଲୁବସା-ପୁରୁଣାପାଣି ନୂତନ ବାଇପାସ ରୋଡ଼ ପାଇଁ ବିଭାଗୀୟ ନିର୍ଦ୍ଦେଶନାମା ଆସିଛି । ଆସନ୍ତା ଦୁଇ ଦିନ ମଧ୍ୟରେ ଏହାର ରିପୋର୍ଟ ଦେବା ପାଇଁ ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ଜିଲ୍ଲାର ଏକମାତ୍ର ଅଗ୍ରଣୀ ତଥା ଅଣରାଜନୈତିକ ସଙ୍ଗଠନ ଭଞ୍ଜସେନା ଉପଖଣ୍ଡର ଅନ୍ୟାନ୍ୟ ଦାବି ସହିତ ଭାଲୁବସା-ପୁରୁଣାପାଣି ନୂତନ ବାଇପାସ ରୋଡ଼ ନିର୍ମାଣ ପାଇଁ ଦାବି କରିଥିଲେ । ଚଳିତ ବର୍ଷ ମଧ୍ୟ ୨ମାସ ମଧ୍ୟରେ ସରକାରଙ୍କ ଉଦ୍ଧେଶ୍ୟରେ ଭଞ୍ଜସେନା ଦାବିପତ୍ର ପ୍ରଦାନ କଲା । କିନ୍ତୁ କୌଣସି ସୁଫଳ ନ ମିଳିବାରୁ ଭଞ୍ଜସେନା ପକ୍ଷରୁ ପୁର୍ନବାର ଦାବି ହାସଲ କରିବା ପାଇଁ ଗତ ଅଗଷ୍ଟ ୧୮ ତାରିଖରେ ୧୨ ଘଣ୍ଟିଆ ରାଇରଙ୍ଗପୁର ବନ୍ଦ ଡାକରା ଦିଆଯାଇଥିଲା । ଶେଷରେ ଏହାର ସୁଫଳ ମିଳିଛି ।