ଭାରତୀୟ ବାୟୁସେନା ଇନ୍ଦ୍ରମଣି ସାହୁ ଅମର ରହେ

ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଇନ୍ଦ୍ରାକ୍ଷୀ ଗ୍ରାମର ୩୬ ବର୍ଷୀୟ ଇନ୍ଦ୍ରମଣି ସାହୁ

0

(ଗଞ୍ଜାମ /ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଇନ୍ଦ୍ରାକ୍ଷୀ ଗ୍ରାମର ୩୬ ବର୍ଷୀୟ ଇନ୍ଦ୍ରମଣି ସାହୁ ଆସାମ ଜରାହାଟ ଠାରେ ଭାରତୀୟ ବାୟୁସେନାରେ କାର୍ଯ୍ୟରତ ଥିବା ସମୟରେ ହୃଦଘାତରେ ଅକାଳ ମୃତ୍ୟୁ ଘଟି ଏ ଦେଶ ପାଇଁ ବୀରପୁତ୍ର ସହୀଦ ହୋଇଯାଇଛନ୍ତି । ତାଙ୍କ ମର ଶରୀର ନିଜ ଗ୍ରାମରେ ପହଞ୍ଚିଥିଲା ।

ଏହି ଦୁଃଖଦ ଖବର ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା ଶୁଣି ସ୍ଥାନୀୟ ଜନପ୍ରତିନିଧି ତଥା ବିଜେଡ଼ି କର୍ମୀ ମାନଙ୍କୁ ସାଙ୍ଗରେ ନେଇ ଗ୍ରାମ ତଥା ବାସଭବନକୁ ଯାଇ ସମ୍ମାନ ପୂର୍ବକ ମରଶରୀରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ, । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀପୟରରେ ଅମର ଆତ୍ମାର ସଦଗତି କାମନା  କରି, ଶୋକସଂନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଧୈର୍ଯ୍ୟ, ସାହସ ରଖିବା ପାଇଁ ନିବେଦନ କରିବା ସହିତ ଆଗାମୀ ଦିନରେ ବିଧାୟକଙ୍କ ତରଫରୁ ଯଥାସାଧ୍ୟ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏ ମାଟିର ବୀରପୁତ୍ର ଇନ୍ଦ୍ରମଣି ସାହୁ ଅମର ରହେ ବୋଲି ଗାଁ ଲୋକେ ସ୍ଲୋଗାନ ଦେଇଥିଲେ । ଏ ମାଟି ମା ତାଙ୍କୁ ଝୁରୁଛି, ତୁ କଉଠି ଅଛୁ ଆ ଫେରିଆ ବୋଲି ହାତ ଠାରି ଡାକୁଛି, ଏ ଦେଶର ବୀର ପୁତ୍ର ସହୀଦ ହୋଇଗଲା, ବୋଲି ଗାଁ ଦାଣ୍ଡ କାନ୍ଦ ବୋବାଳିରେ ଫାଟିଯାଉଛି । ଶେଷରେ ଯବାନଙ୍କୁ ବାୟୁସେନା ତରଫରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ ପୂର୍ବକ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।