ଇଣ୍ଡୋନେସିଆର ବଡ଼ ଘୋଷଣା। ଭାରତ ଠାରୁ ବ୍ରହ୍ମୋସ କିଣିବ ଜକାର୍ତ୍ତା। ଏନେଇ ଇଣ୍ଡୋନେସିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି। ୨୦୨୩ରେ ମଧ୍ୟ ବ୍ରହ୍ମୋସ ପକ୍ଷରୁ ସୂଚନା ଦିଆଯାଇଥିଲା । ମିସାଇଲ କିଣିବା ନେଇ କମ୍ପାନୀ ଇଣ୍ଡୋନେସିଆ ସହ ଆଲୋଚନା କରୁଛି ବୋଲି କହିଥିଲା। ଆଉ ସୋମବାର ଇଣ୍ଡୋନେସିଆ ପ୍ରତିରକ୍ଷା ମନ୍ତ୍ରମାଳୟ ଏହା ସ୍ଫଷ୍ଟ କରିଛି। ଭାରତ ଏବଂ ରୁଷ ସରକାରଙ୍କ ଜଏଣ୍ଟ ଭେଞ୍ଚରେ ସ୍ଥାପନ ହୋଇଥିବା କମ୍ପାନୀ ଦୁଇ ଦେଶର ଟେକ୍ନୋଲୋଜୀ ବ୍ୟବହାର କରି ବ୍ରହ୍ମୋସ ମିସାଇଲ୍ କରୁଛି। କମ୍ପାନୀ ୨୦୨୩ରେ ମସିହାରେ ଇଣ୍ଡୋନେସିଆ ସହ ଚୁକ୍ତି କରିବାକୁ ଆଲୋଚନା ଚାଲିଛି ବୋଲି ସୂଚନା ଦେଇଥିଲା। ଏବଂ କହିଥିଲା ଜକାର୍ତ୍ତା ସହିତ ୨୦୦ ରୁ ୩୫୦ ମିଲିଅନ ଡଲାରରୁ ଏକ ଚୁକ୍ତି ପାଇଁ ଆଲୋଚନା ଜାରି ରହିଛି।
