ସେମିରେ ହାରିଗଲା ଭାରତ

ଟୋକିଓ: ଇତିହାସ ରଚିଥିବା ମହିଳା ହକି ଦଳ ଆଜି ଅଷ୍ଟ୍ରେଲିଆ ଠାରୁ ହାରି ଯାଇଛି । ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ହରାଇ ପ୍ରଥମଥର ସେମିରେ ପ୍ରବେଶ କରିଥିବା ଭାରତୀୟ ମହିଳା ହକି ଦଳ ଆଜି ଆର୍ଜେଣ୍ଟିନା ଠାରୁ ହାରି ଯାଇଛି। ଭାରତକୁ ୨-୧ରେ ହରାଇ ଆର୍ଜେଣ୍ଟିନା ଚଳିତ ଅଲିମ୍ପିକ୍ସର ଫାଇନାଲରେ ପ୍ରବେଶ କରିଛି।
ପ୍ରଥମ ଦେଢ଼ ମିନିଟ୍ ମଧ୍ୟରେ ଭାରତ ଆର୍ଜେଣ୍ଟିନା ବିପକ୍ଷ ପ୍ରଥମ ପେନାଲ୍ଟି କର୍ଣ୍ଣର ପାଇ ଗୋଲ୍ କରିବାକୁ ସକ୍ଷମ ହୋଇଥିଲା ପରେ ଆର୍ଜେଣ୍ଟିନା ମଧ୍ୟ ପେନାଲ୍ଟି କର୍ଣ୍ଣର୍ର ଲାଭ ଉଠାଇ ପ୍ରଥମ କ୍ୱାର୍ଟର୍ରେ ଭାରତକୁ ଏକ ଗୋଲ୍ ଦେଇଥିଲା । ହେଲେ ପ୍ରଥମ କ୍ୱାର୍ଟରରେ ଦଳ ସ୍ଥିତି ମଜବୁତ ଥିବା ଦେଖିବାକୁ ମିଳିଥିବା ବେଳେ ଆର୍ଜେଣ୍ଟିନା ମଧ୍ୟ ଗୋଟିଏ ଗୋଲ୍ କରିଥିଲା । ପ୍ରଥମ କ୍ୱାର୍ଟର ସୁଦ୍ଧା ଭାରତ ୧-୦ରେ ଆଗୁଆ ରହିଥିଲା।
ଦ୍ୱିତୀୟ କ୍ୱାର୍ଟର ଆରମ୍ଭରୁ ଆର୍ଜେଣ୍ଟିନା କାଉଣ୍ଟର ଆଟାକ କରିଥିଲା। ଏହାର ଫାଇଦା ଦଳକୁ ୧୮ତମ ମିନିଟ୍  ମିଳିଥିଲା। ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ମାରିଆ ଗୋଲର ପରିଣତ କରି ସ୍ଥିତି ବାରବାର କରିଥିଲେ।

ତୃତୀୟ କ୍ୱାର୍ଟରରେ ଭାରତକୁ ଆକ୍ରମଣ ପାଇଁ କୌଣସି ସୁଯୋଗ ମିଳି ନଥିଲା। ଆର୍ଜେଣ୍ଟିନା ଏକାଧିକ ଥର ହମଲା କରି ପିସି ପରେ ପିସି ଅର୍ଜନ କରିଥିଲା। ପ୍ରଥମେ ଭାରତ ଏହା ଅଟକାଇବାକୁ ସକ୍ଷମ ହୋଇଥିଲା। କିନ୍ତୁ ୩୬ତମ ମିନିଟ ମାରିଆ ପୁଣିଥରେ ଗୋଲ ଦେଇ ସ୍ଥିତିକୁ ୨-୧ କରି ଦେଇଥିଲେ। ତୃତୀୟ କ୍ୱାର୍ଟର ଶେଷ ବେଳକୁ ସ୍ଥିତି ୨-୧ ରହିଥିଲା।

କିନ୍ତୁ ପ୍ରଥମଥର ସେମିରେ ପ୍ରବେଶ କରି ଇତିହାସ ରଚିଥିବା ରାଣୀ ରାମପାଲଙ୍କ ଭାରତୀୟ ମହିଳା ଦଳ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରିବ। ଫାଇନାଲ ମ୍ୟାଚ ଆସନ୍ତା ଶୁକ୍ରବାର ଦିନ ନେଦରଲାଣ୍ଡସ୍ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ଟି ଅଗଷ୍ଟ ୬ ତାରିଖ ସକାଳ ୭ଟାରେ ଅନୁଷ୍ଠିତ ହେବ।