ନୂଆଦିଲ୍ଲୀ: ସାମ୍ନାକୁ ଆସିଲା IPL ୨୦୨୬ ସମ୍ପୁର୍ଣ୍ଣ ସିଡ୍ୟୁଲ୍ । ଟୁର୍ଣ୍ଣାମେଣ୍ଟର ୧୯ତମ ସଂସ୍କରଣ ପାଇଁ ସମସ୍ତ ଦଳ ସେମାନଙ୍କର ରିଟେନସନ୍ ତାଲିକା ପ୍ରକାଶ କରିଥିବା ବେଳେ IPL ୨୦୨୬ର ସମ୍ପୁର୍ଣ୍ଣ ସିଡ୍ୟୁଲ୍ ଏବେ ଜଣାପଡି଼ଛି । ରିପୋର୍ଟ ଅନୁସାରେ, ଟି-୨୦ବିଶ୍ୱକପ୍ ୨୦୨୬ ଶେଷ ହେବାର ସାତ ଦିନ ପରେ IPL ଆରମ୍ଭ ହେବ । ୨୦୨୬ ଟି-୨୦ ବିଶ୍ୱକପ୍ ଫେବୃଆରୀ ୭ ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତ ଏବଂ ଶ୍ରୀଲଙ୍କା ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବେ।

ରିପୋର୍ଟ ଅନୁଯାୟୀ, ଆଇପିଏଲ ୨୦୨୬ର ପ୍ରଥମ ମ୍ୟାଚ୍ ଟି-୨୦ ବିଶ୍ୱକପ୍ ଫାଇନାଲର ସାତ ଦିନ ପରେ ଅର୍ଥାତ୍ ମାର୍ଚ୍ଚ ୧୫ ରେ ଖେଳାଯିବ । ଏହି ରିପୋର୍ଟଗୁଡ଼ିକ ଦାବି କରୁଛି ଯେ, IPL ୨୦୨୬ ୱିଣ୍ଡୋ ମାର୍ଚ୍ଚ ୧୫ ରୁ ମଇ ୩୧ ପର୍ଯ୍ୟନ୍ତ ହେବ । ଏହି ଅନୁସାରେ, IPL ୨୦୨୬ ଫାଇନାଲ୍ ମେ ୩୧ ରେ ଅନୁଷ୍ଠିତ ହେବ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ସିଜିନ୍ ୧୯ ପାଇଁ ନିଲାମ ଡିସେମ୍ବର ୧୬, ୨୦୨୫ରେ ହେବ । ପ୍ରତ୍ୟେକ ଦଳ ସେମାନଙ୍କର ରିଟେନ୍ସନ୍ ତାଲିକା ପ୍ରକାଶ କରିଛନ୍ତି, ଏବଂ ଦଳଗୁଡ଼ିକ ଏବେ ଅବଶିଷ୍ଟ ସ୍ଥାନ ପୂରଣ କରିବା ପାଇଁ ନିଲାମରେ ଖେଳାଳିମାନଙ୍କ ଉପରେ ବିଡ୍ କରିବେ।