ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପାରଳାଖେମୁଣ୍ଡି ଭାରତୀୟ ଭାଷା ଦିବସ ତଥା ମହାକବି ସୁବ୍ରମଣ୍ୟମ୍ ଭାରତୀଙ୍କ ଜନ୍ମଜୟନ୍ତୀ ପାଳନ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟର ପରିଚାଳନା କମିଟିର କୋଷାଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ପାଢ଼ୀ ଯୋଗ ଦେଇଥିଲେ। ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ସଂଗୀତା ଭୁକ୍ତା ତାମିଲ ମହାକବି ସୁବ୍ରମଣ୍ୟମ୍ ଭାରତୀଙ୍କ ଜୀବନୀ ଚରିତକୁ ଆଲୋକପାତ କରିଥିଲେ। ତତ୍ ସହିତ ମୁଖ୍ୟ ଅତିଥି ଆଜି ଦିବସର ମହତ୍ତ୍ୱ ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଭାରତୀୟ ଭାଷା ଦିବସରେ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଗୁରୁଜୀ ଗୁରୁମା ତେଲୁଗୁ, ଓଡ଼ିଆ, ସଂସ୍କୃତ, ହିନ୍ଦୀ ଆଦି ଭାଷାରେ ନିଜ ନିଜର ବିଚାର ରଖିଥିଲେ ।
ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ତଥା ବିଦ୍ୟାଳୟର ମାତୃଭାଷା ଆଚାର୍ଯ୍ୟ ଗୋପାଳ କୃଷ୍ଣ ପଣ୍ଡିତ ଓ ଆଚାର୍ଯ୍ୟା ଶୈଳେଷ୍ଠା ଖଡ୍ଗରାୟଙ୍କ ନେତୃତ୍ୱରେ ତଥା ବିଦ୍ୟାଳୟର ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା। କାର୍ଯ୍ୟକ୍ରମରେ ଶେଷରେ ହିନ୍ଦୀ ଆଚାର୍ଯ୍ୟା ସୁନୀତା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଓଡ଼ିଆ ଭାଷାରେ ପ୍ରଚାର ପ୍ରସାର ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୁନ୍ଦର ହସ୍ତାକ୍ଷର, ଶୁଦ୍ଧ ଲିଖନ, ଓଡ଼ିଆ ବ୍ୟାକରଣ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଓଡ଼ିଆ କବି କବୟତ୍ରୀଙ୍କ ଫଟୋଚିତ୍ର ତଥା ତାଙ୍କରି ରଚିତ ପୁସ୍ତକ ପ୍ରଦର୍ଶନୀ , ଓଡ଼ିଆ ଭାଷାରେ ସ୍ବାକ୍ଷର ଅଭିଯାନ ଶୁଭାରମ୍ଭ ହୋଇଥିଲା।