(ଶୁଭସ୍ମିତା ଦାଶ): ଇଣ୍ଡିଆନ କୋଷ୍ଟ ଗାର୍ଡ ତରଫରୁ ନାଭିକ୍ (ଡେମୋଷ୍ଟିକ୍ ବ୍ରାଂଚ)ର ପଦବୀରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ପଦବୀ ସଂଖ୍ୟା ସଂପର୍କିତ କୌଣସି ତଥ୍ୟ ଏଯାବତ୍ ହସ୍ତଗତ ହୋଇପାରିନାହିଁ । ଆଶାୟୀପ୍ରାର୍ଥୀ ଇଣ୍ଡିଆନ କୋଷ୍ଟ ଗାର୍ଡର ଆଧିକାରୀକ ୱେବସାଇଟ joinindiancoastguard.gov.in କୁ ଯାଇ ଆବେଦନ କରିପାରିବେ । ଆବେଦନ ପ୍ରକିୟା ୧୪ ଅକ୍ଟୋବରରୁ ଆରମ୍ଭ ହୋଇ ୨୯ ଅକ୍ଟୋବର ୨୦୧୮ ଯାଏ ଚାଲିବ । ପ୍ରାର୍ଥୀଙ୍କୁ ଆବେଦନ ପାଇଁ କୌଣସି ଶୁକ୍ଳ ଦେବାକୁ ପଡ଼ିବ ନାହିଁ । ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ୧୦ମ ଶ୍ରେଣୀ ରଖାଯାଇଛି । ୫୦ ପ୍ରତିଶତ ମାର୍କରେ ପାସ୍ କରିଥବା ଦରକାର । ସେହିପରି ଆଶାୟୀପ୍ରାର୍ଥୀଙ୍କ ବୟସ ୧୮ ରୁ ୨୨ ବର୍ଷ ହୋଇଥିବା ଆବଶ୍ୟକ । ଉଭୟ ଲିଖିତ ଓ ସ୍ୱାସ୍ଥ୍ୟ ପରୀକ୍ଷା ଆଧାରରେ ପ୍ରାର୍ଥୀ ଚୟନ କରାଯିବ । ଏହି ପୋଷ୍ଟ ପାଇଁ ମାସିକ ଦରମା ୨୧, ୭୦୦ ସ୍ଥିର କରାଯଇଛି । ପଦବୀ ସଂଖ୍ୟା ସଂପର୍କରେ ବର୍ତ୍ତମାନ ପର୍ୟ୍ୟନ୍ତ କୌଣସି ବି ସୂଚନା ମିଳିପାରି ନାହିଁ । ଅଧିକ ସୂଚନା ପାଇଁ ନିଯୁକ୍ତି ସମ୍ବନ୍ଧିତ ବିଜ୍ଞପ୍ତି ଚେକ୍ କରିପାରିବେ । ଚାକିରି କରିବା ସ୍ଥାନ ସ୍ଥିର ନୁହେଁ । ଏହି ଚାକରିରେ ଆପଣଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରାଯାଇପାରେ ।