ଭାରତର ମିସାଇଲ ଟେଷ୍ଟକୁ ପୁଣିଥରେ ପେଂଟାଗନର ସମର୍ଥନ

(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ପେଂଟାଗନ ଭାରତର ଆଂଟି ସାଟେଲାଇଟ ମିସାଇଲ ଟେଷ୍ଟକୁ ପୁଣିଥରେ ସମର୍ଥନ କରିଛି । ମହାକାଶରେ ଦେଖା ଯାଉଥିବା ବିପଦକୁ ପ୍ରତିହତ କରିବା ପାଇଁ ଭାରତ ଏପରି କରିଥିବା ପେଂଟାଗନ କହିଛି ।
ୟୁଏସ ଷ୍ଟ୍ରାଟେଜିକ କମାଣ୍ଡ ସେଂଟରର କମାଣ୍ଡର ଜେନେରାଲ ଜନ୍ ଇ ହାଇଟେନଙ୍କ କହିବାନୁସାରେ, ସବୁଠାରୁ ବଡ ପ୍ରଶ୍ନ ହେଉଛି ଭାରତ ଏପରି କଣ ପାଇଁ କରିଛି । ଏହାର ଉତର ଭାରତ ମହାକାଶରେ ସୁରକ୍ଷା ଚାହୁଁଛି । ଏଥିପାଇଁ ଭାରତ ପାଖରେ ଆନ୍ତରୀକ୍ଷ ସୁରକ୍ଷାର କ୍ଷମତା ରହିବା ଉଚିତ ।
ଏହା ପୂର୍ବରୁ ମଧ୍ୟ ଆମେରିକାର ପ୍ରତିରକ୍ଷା ମନ୍ତ୍ରାଳୟ ଭାରତ ଦ୍ୱାରା ଆଂଟି ମିସାଇଲ ଟେଷ୍ଟକୁ ସମର୍ଥନ କରିଥିଲା । ଏହା ଫଳରେ ମହାକାଶରେ କୌଣସୀ ଆବର୍ଜନା ସୃଷ୍ଟି ହେବ ନାହିଁ । ତେବେ ପରୀକ୍ଷଣ ସମୟରେ ଯାହା ବି ଆବର୍ଜନା ସୃଷ୍ଟି ହୋଇଛି ତାହା ଆପେଆପେ ନଷ୍ଟ ହୋଇଯିବ ।
ସୂଚନାଯୋଗ୍ୟ କି, ଏହି ଟେଷ୍ଟ ପରେ ଭାରତ ଆଂଟି ସାଟେଲାଇଟ ମିସାଇଲ କ୍ଷମତା ସଂପନ୍ନ ଚତୁର୍ଥ ଦେଶ ହୋଇଯାଇଛି । ଭାରତ ବ୍ୟତୀତ ଆମେରିକା, ଋଷ, ଚୀନ ଏହି ତାଲିକାରେ ରହିଛନ୍ତି ।