ଆମେରିକା ଅତିରିକ୍ତ ଟାରିଫ୍ ଘୋଷଣା କରିବା ଦୁର୍ଭାଗ୍ୟଜନକ

ନୂଆଦିଲ୍ଲୀ: ଟ୍ରମ୍ପ୍‌ଙ୍କ ନୂଆ ଟାରିଫ୍‌ ପରେ ବିବୃତି ଜାରି କଲା ବୈଦେଶିକ ମନ୍ତ୍ରାଳୟ । ରୁଷିଆଠାରୁ ତୈଳ ଆମଦାନୀ ସମ୍ପର୍ଣ୍ଣ ଭାବେ ବ୍ୟବସାୟିକ ବିଷୟ । ୧୪୦ କୋଟି ଭାରତୟୀଙ୍କ ସ୍ବାର୍ଥକୁ ଦେଖି ତୈଳ ଆମଦାନୀ କରାଯାଉଛି । ଆମେରିକା ଅତିରିକ୍ତ ଟାରିଫ୍ ଘୋଷଣା କରିବା ଦୁର୍ଭାଗ୍ୟଜନକ । ଆମେରିକା ଦ୍ବାରା ଟାରିଫ୍ ଅଯୁକ୍ତିକର, ଅନ୍ୟାୟ ଓ ଅନୁଚିତ କାର୍ଯ୍ୟ । ଜାତୀୟ ସ୍ବାର୍ଥକୁ ସୁରକ୍ଷା ପାଇଁ ଭାରତ ଉଚିତ ପଦକ୍ଷେପ ନେବ ବୋଲି ବିବୃତି ଜାରି କରି କହିଛି ବୈଦେଶିକ ମନ୍ତ୍ରାଳୟ ।

କହିରଖୁଛୁ ଯେ, ଗତକାଲି ଭାରତ ଉପରେ ଆଉ ୨୫% ଟାରିଫ ବୃଦ୍ଧି କରିଛନ୍ତି ଡୋନାଲ୍ଟ ଟ୍ରମ୍ପ୍‌ । ଦ୍ବିତୀୟ ଥର ପାଇଁ ୨୫% ବଢାଇଛନ୍ତି ଟ୍ରମ୍ପ । ଏହାକୁ ମିଶାଇ ଭାରତ ଉପରେ ଟାରିଫ ୫୦%କୁ ବୃଦ୍ଧି । ଏଣିକି ଭାରତର ସାମଗ୍ରୀ ଆମେରିକାରେ ୫୦ ପ୍ରତିଶତ ଅଧିକ ଦରରେ ବିକ୍ରି ହେବ । ୨୧ ଦିନ ପରେ ଅର୍ଥାତ ୨୭ ଅଗଷ୍ଟରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ । ଯେଉଁ ବସ୍ତୁ ଏହି ତାରିଖ ପୂର୍ବରୁ ଯାଇଥିବ ଓ ୧୭ ସେପ୍ଟେମ୍ବର ୨୦୨୫ ପୂର୍ବରୁ ଆମେରିକାରେ ପହଞ୍ଚିବ ତା’ ଉପରେ ଏହି ଅତିରିକ୍ତ ଶୁଳ୍କ ଲାଗୁ ହେବ ନାହିଁ । ତେବେ ଶୁଳ୍କ ବଢାଇବାର ଗୋଟେ ଦିନ ପୂର୍ବରୁ ଭାରତକୁ ଧମକ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଉ ଗତକାଲି ତାହାକୁ କାର୍ଯ୍ୟକାରୀ କରିଛନ୍ତି । ଭାରତ ଉପରେ ଆଉ ୨୫% ଟାରିଫ ଲଗାଇଛନ୍ତି ଟ୍ରମ୍ପ । ରୁଷିଆ ଠାରୁ ଭାରତ ତେଲ କିଣୁଥିବାରୁ ରାଗ ସୁଝାଉଛି ଆମେରିକା । ସେହିଭଳି ଋଷ୍ ଠାରୁ ଯେଉଁମାନେ ତେଲ ନେଉଛନ୍ତି ସେମାନଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି ।