ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିବ ଦ୍ୱିତୀୟ ମ୍ୟାଚ

ନୂଆଦିଲ୍ଲୀ: ଆଜି ଟି-ଟ୍ୱେଣ୍ଟି ବିଶ୍ୱକପର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚରେ ଅଷ୍ଟ୍ରେଲିଆ ଦଳକୁ ଭେଟିବାକୁ ଯାଉଛି । ତେବେ ବହୁ ପ୍ରତିକ୍ଷିତ ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ଆଜିର ଏହି ମ୍ୟାଚ ଦଳର ଭୁଲ ସୁଧାରିବା ପାଇଁ ଏକ ଭଲ ସୁଯୋଗ ରହିବ । ଅଧିନାୟକ ବିରାଟ କୋହଲୀ ଚୁଡାନ୍ତ ଏକାଦଶର ପ୍ରଥମ ତିନି ବ୍ୟାଟ୍ସମ୍ୟାନଙ୍କ ସ୍ଥାନ ସୁନିଶ୍ଚିତ କରିସାରିଛନ୍ତି । ଓପନର ଭାବେ ରୋହିତ ଶର୍ମାଙ୍କ ସହିତ କେ.ଏଲ ରାହୁଲଙ୍କ ଉପରେ ପାଳି ଆରମ୍ଭ କରିବାର ଦାୟିତ୍ୱ ଥିବା ବେଳେ ନିଜେ କୋହଲୀ ତୃତୀୟ ନମ୍ବରରେ ମଇଦାନକୁ ଓହ୍ଲାଇବେ । ତେବେ ଏହାପରେ ବ୍ୟାଟିଂକ୍ରମ କ’ଣ ରହିବ ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଏଥି ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚା ହେଉଛି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ଫର୍ମଙ୍କୁ ନେଇ ।

Hardik Pandya Bowling In the Second ODI Creates A Buzz On Twitter
ଇଂଲଣ୍ଡ ବିପକ୍ଷ ପ୍ରଥମ ୱାର୍ମ-ଅପ ମ୍ୟାଚରେ ହାର୍ଦ୍ଦିକ ବୋଲିଂ କରି ନଥିବା ବେଳେ ବ୍ୟାଟିଂରେ ପୁରୁଣା ଜଲୱା କିଛି ମାତ୍ରାରେ ଦେକିବାକୁ ମିଳିଥିଲା । ସେହିପରି ଦଳର ଅଧିକାଂଶ ବୋଲର ଇଂଲଣ୍ଡ ବିପକ୍ଷ ମ୍ୟାଚରେ ବିପଳ ହୋଇଥିଲେ । ଦ୍ରୁତ ବୋଲର ଭୁବନେଶ୍ୱର କୁମାର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଅନ୍ୟ ଦ୍ରୁତ ବୋଲର ମହମ୍ମଦ ଶାମୀ ତିନୋଟି ୱିକେଟ ଅକ୍ତିଆର କରିଥିଲେ ମଧ୍ୟ ଖୁବ ଅଧିକ ରନ ବ୍ୟୟ କରିଥିଲେ । ଅନ୍ୟ ପକ୍ଷରେ ଲେଗ ସ୍ପିନର ରାହୁଲ ଚହର ମଧ୍ୟ ମ୍ୟାଚରେ ସେତେଟା ପ୍ରଭାବ ପକାଇପାରି ନଥିଲେ । ତେବେ ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶାନ ଏବଂ ରାହୁଲଙ୍କ ବ୍ୟାଟିଂ ସହିତ ହାର୍ଦ୍ଦକ ପାଣ୍ଡ୍ୟା ଏବଂ ରିଷଭ ପନ୍ତଙ୍କ ଫିନିସିଂ ଦଳକୁ ମ୍ୟାଚ ଜିତାଇଥିଲା ।

T20 World Cup: Kohli-led India trounce England by seven wickets in warm-up  match
ସେପଟେ ଅଷ୍ଟ୍ରେଲିଆ ମଧ୍ୟ ନିଜର ପ୍ରଥମ ୱାର୍ମ-ଅପ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇଛି । ତେଣୁ ଆଜିର ମ୍ୟାଚ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସଂଘର୍ଷମୟ ହେବ ବୋଲି ଆଶା କରାଯାଉଛି । ଏଥି ସହିତ ଆଜିର ମ୍ୟାଚରେ ବିରାଟ କୋହଲୀ ପାକିସ୍ତାନ ବିପକ୍ଷ ମ୍ୟାଚ ପାଇଁ ନିଜର ଚୁଡାନ୍ତ ଏକାଦଶ ସ୍ଥିର କରିବେ ।