ନ୍ୟାସନାଲ କମିଶନ ଲୋଗୋରେ ଇଣ୍ଡିଆ ବଦଳରେ ଭାରତ, ଲାଗିଲା ହିନ୍ଦୁ ଦେବାତାଙ୍କ ରଙ୍ଗୀନ ଫଟୋ

ନ୍ୟାସନାଲ ମେଡିକାଲ ତରଫରୁ ନିଜର ଅଧିକାରୀ ଲୋଗର ପରିବର୍ତ୍ତନ କରାଯାଇଛି । ଏହାକୁ ନେଇ ବିବାଦ ଦେଖା ଯାଇଛି । ଲୋଗୋରେ ଇଣ୍ଡିଆ ବଦଳରେ ଭାରତ ଲେଖାଯିବା ସହ ଲୋଗୋରେ ଆୟୁର୍ବେଦର ଦେବତା ଧନନ୍ତ୍ୱରୀଙ୍କର ଏକ ରଙ୍ଗୀନ ଫଟୋ ଲଗାଯାଇଛି ।

ଏହାକୁ ନେଇ ବିବାଦ ଦେଖାଦେବା ପରେ ସଂସ୍ଥା ତରଫରୁ କୁହାଯାଇଛି କି ପୂରୁଣା ଲୋଗୋରେ ବି ଧନନ୍ତ୍ୱରୀଙ୍କର କଳାଧଳା ଫଟୋ ଥିଲା । ହେଲେ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଲୋଗୋରେ ପ୍ରଥମେ ଲାୟନ କ୍ୟାପିଟାଲର ଫଟୋ ରହିଥିଲା  ନ୍ୟାସନାଲ ମେଡିକାଲ କମିଶନ ବା ଏନଏମସିର ଅଧ୍ୟକ୍ଷ ବିଏନ୍ ଗଙ୍ଗାଧର କହିଛନ୍ତି କି, ଏଥିରେ ଚକିତ କରିଦେବା ଭଳି କିଛିନାହିଁ । କାରଣ ଏଥିରେ କିଛି ସ୍ୱତନ୍ତ୍ର ପରିବର୍ତ୍ତନ କରାଯାଇନାହିଁ ।