ନୂଆଦିଲ୍ଲୀ: ହଲଗାମ ନରସଂହାର ଘଟଣାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦୀ ନିରୋଧ ଅପରେସନକୁ ଜୋରଦାର କରାଯାଇଛି। ଏସବୁ ଭିତରେ ଗୁଇନ୍ଦା ବିଭାଗ କଶ୍ମୀରର ବିଭିନ୍ନ ଜିଲ୍ଲାରେ ସକ୍ରିୟ ଭାବେ କାମ କରୁଥିବା ୧୪ ଜଣ ସ୍ଥାନୀୟ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ତାଲିକା ମଧ୍ୟ ସାର୍ବଜନୀନ କରାଯାଇଛି। ଏମାନଙ୍କ ସମ୍ପୂର୍ଣ୍ଣ ଡାଟା ଏବେ ସେନା ପାଖରେ ରହିଛି । ସେନା ଲିଷ୍ଟ ଅନୁସାରେ ଅବନ୍ତିପୁରାରେ ଜୈସ-ଏ-ମହମ୍ମଦର ଜଣେ ଆତଙ୍କବାଦୀ ଆକ୍ଟିଭ ଅଛି । ସେହିପରି ପୁଲଓ୍ବାମାରେ ଲସ୍କର ଓ ଜୈସର ଦୁଇ ଜଣ ଲେଖାଏଁ ସ୍ଥାନୀୟ ଆତଙ୍କବାଦୀ ସକ୍ରିୟ ଅଛନ୍ତି । ସୋଫିୟାନାରେ ହିଜବୁଲଓ ଜଣେ, ଲସ୍କରର ୪ ଜଣ, ଅନନ୍ତନାଗରେ ହିଜବୁଲର ୨ ଜଣ, କୁଲଗାଓଁରେ ଲସ୍କରର ଜଣେ ସ୍ଥାନୀୟ ଆତଙ୍କବାଦୀ ଆକ୍ଟିଭ ଅଛନ୍ତି ।