ମହିଳା ହକି ମାନ୍ୟତାର ୬ଷ୍ଠ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଏସିଆନ୍ ଚମ୍ପିଆନ୍ସ ଟ୍ରଫି ଓ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ଦଳ ଭଲ ପ୍ରଦର୍ଶନ କରିଥିବାରୁ ମାନ୍ୟତାରେ ଉନ୍ନତି ଘଟିଛି। ଏବେ ମହିଳା ହକି ମାନ୍ୟତାର ୬ଷ୍ଠ ସ୍ଥାନ ହାସଲ କରିଛି ଭାରତ। ଏହି ଦୁଇଟି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଭାରତୀୟ ମହିଳା ଦଳର ମାନ୍ୟତାଅଷ୍ଟମ ସ୍ଥାନରେ ଥିଲା । ତେବେ ଏସୀୟ କ୍ରୀଡ଼ାରେ ଭାରତୀୟ ଦଳ କାଂସ୍ୟ ପଦକ ଜିତିଥିବା ବେଳେ ଏସିଆନ୍ ଚମ୍ପିଆନ୍ସ ଟ୍ରଫି ଜିତିଥିବାରୁ ମାନ୍ୟତାରେ ଦୁଇଟି ସ୍ଥାନ ଉପରକୁ ଯାଇ ୬ଷ୍ଠ ସ୍ଥାନରେ ରହିଛି।ଇଂଲଣ୍ଡ ଦଳକୁ ପଛରେ ପକାଇ ଭାରତୀୟ ମହିଳା ଦଳ ୨୩୬୮.୮୩ ପଏଣ୍ଟ ସହ ୬ଷ୍ଠ ସ୍ଥାନରେ ରହିଛି। ମାନ୍ୟତାରେ ନେଦରଲାଣ୍ଡ୍ସ ମହିଳା ଦଳ ୩୪୨୨.୪୦ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୨୮୧୭.୭୩ ପଏଣ୍ଟ ସହ ଦ୍ବିତୀୟ, ଆର୍ଜେଣ୍ଟିନା ୨୭୬୬.୯୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛି।