(ନୂଆଦିଲ୍ଲୀ) : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଥିବା ଦେଖାଯାଉଛି । ଗତ ୨୪ ଘଣ୍ଟାରେ ଭାରତରେ ୧୬ ହଜାର ୪୩୨ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୫୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୮ ହଜାର ୧୫୩ରେ ପହଞ୍ଚିଛି । ଦେଶରେ ଦିନକରେ ୨୪ ହଜାର ୯୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭାରତରେ ଏବେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୨୪ ହଜାର ୩୦୩କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ ୨ ଲକ୍ଷ ୬୮ ହଜାର ୫୮୧ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ଏଯାଏ ସମୁଦାୟ ୯୮ ଲକ୍ଷ ୭ ହଜାର ୫୬୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।