ଜାପାନକୁ ପଛରେ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତିର ପରିଚୟ ହାସଲ କଲା ଭାରତ

ନୂଆଦିଲ୍ଲୀ;- ଜାପାନକୁ ପଛରେ ପକାଇଲା ଭାରତ । ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତିର ପରିଚୟ ହାସଲ କଲା ଭାରତ । ଏନେଇ ନୀତି ଆୟୋଗର ସିଇଓ ବିଭିଆଇ ସୁବ୍ରମଣ୍ୟମ ସୂଚନା ଦେଇଛନ୍ତି । ନୀତି ଆୟୋଗର ଗଭର୍ଣ୍ଣି କାଉନସିଲର ଦଶମ ତମ ବୈଠକ ପରେ ସିଇଓ କହିଛନ୍ତି, ଭାରତ ପାଇଁ ବିଶ୍ୱ ଏବଂ ଅର୍ଥନୈତିକ ପରିବେଶ ଅନୁକୂଳ କରିଛି । ଆମେ ବିଶ୍ୱର ଚତୁର୍ଥ ଅର୍ଥନୀତି । ତେବେ ଭାତର ଏବେ ଇତିହାସ ସୃଷ୍ଟି କରିଛି । ଆମେ ୪ ଟ୍ରିଲିୟନ ଡଲାରର ଅର୍ଥନୀତିରେ ପରିଣତ ହୋଇଛୁ ବୋଲି କହିଛନ୍ତି ସୁବ୍ରମଣ୍ୟମ । ସେ ଏହା ମଧ୍ୟ କହିଛନ୍ତି, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଭାରତୀୟ ଅର୍ଥନୀତି ଜାପାନ ଠାରୁ ବଡ଼ ହୋଇଛି । ଏହି ମାଇଲଖୁଣ୍ଟ ହାସଲ କରି ଇତିହାସ ସୃଷ୍ଟି କରିଛି ଭାରତ । ଏବେ କେବଳ ଆମେରିକା, ଚୀନ ଏବଂ ଜର୍ମାନୀର ଅର୍ଥନୀତି ଭାରତଠାରୁ ଆଗରେ ରହିଛି । ଏହିପରି ଭାବେ ଯଦି ଆମେ ଯୋଜନାରେ ଅଟଳ ରହିବା ତାହାଲେ ଆଗାମୀ ତିନି ବର୍ଷ ମଧ୍ୟରେ ଆମେ ଜର୍ମାନୀକୁ ପଛରେ ପକାଇ ତୃତୀୟ ବୃହତମ ଅର୍ଥନୀତି ହୋଇଯିବୁ ।