ଟି-୨୦ ଫର୍ମାଟକୁ ଅଲବିଦା କଲେ କେନ୍ ୱିଲିୟମସନ୍

ୱେଲିଂଟନ୍:- ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ୍ ୱିଲିଅମସନ ରବିବାର ଟ୍ୱେଣ୍ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍ ରୁ ଅବସର ଘୋଷଣା କରିଛନ୍ତି । ଟି-୨୦ ବିଶ୍ୱକପ୍ ପୂର୍ବରୁ କେନ୍ ୱିଲିଅମସନ ଙ୍କ ଟି-୨୦ ଫର୍ମାଟରୁ ସନ୍ନ୍ୟାସ ନେବା ନ୍ୟୁଜିଲାଣ୍ଡ୍ ଟିମକୁ ବଡ ଝଟକା ସହ ତାଙ୍କ ଫ୍ୟାନଙ୍କୁ ନିରାଶ କରିଛି । ୩୫ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନ୍ ପୁରୁଷ ଟି-୨୦ରେ ନ୍ୟୁଜିଲାଣ୍ଡର ଦ୍ୱିତୀୟ ସର୍ବାଧିକ ରନ୍ ସଂଗ୍ରହକ ଭାବରେ ମଧ୍ୟ ବିଦାୟ ନେଇଛନ୍ତି । ସେ ୩୩ ହାରରେ ୧୮ଟି ଅର୍ଦ୍ଧଶତକ ଏବଂ ୯୫ ହାରରେ ସର୍ବାଧିକ ସ୍କୋର ସହିତ ୨୫୭୫ ରନ୍ ସଂଗ୍ରହ କରିଛନ୍ତି ।

କେନ୍ ଅବସର ଘୋଷଣା କରି କହିଛନ୍ତି, ଦୀର୍ଘଦିନ ଧରି ଏହି କ୍ରିକେଟ୍ ସହ ଜଡିତ ଥିଲେ । ଏହି ସମୟରେ ଘଟିଥିବା ସବୁ ସମୟ ତାଙ୍କ ପାଇଁ ଖାସ୍ ହୋଇ ରହିବ । ଏବେ ହେଉଛି ଅବସର ନେବାର ଠିକ୍ ସମୟ । ଯାହା ଦଳକୁ ବିଶ୍ବକପ୍ ପୂର୍ବ ପ୍ରସ୍ତୁତି ପାଇଁ ସହାୟକ ହେବ । ଆସନ୍ତା ବର୍ଷ ବିଶ୍ୱକପ୍ ପୂର୍ବରୁ ଦଳକୁ “ସ୍ପଷ୍ଟତା” ଆବଶ୍ୟକ । ଆମ ପାଖରେ ଏବେ ଟି୨୦ରେ ବହୁତ ଟ୍ୟାଲେଣ୍ଟଡ ଖେଳାଳି ରହିଛନ୍ତି । ଆଗାମୀ ସମୟରେ ଏହି ଖେଳାଳିଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ରହିବ । ସେମାନେ ଅଧିକ ଖେଳ ଖେଳି ବିଶ୍ବକପ ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ ।