ସୋନପୁର(ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ୭୫ତମ ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି। ସରକାରଙ୍କ ଦ୍ଵାରା ଜାରି ହୋଇଥିବା କୋରୋନା ମାର୍ଗଦର୍ଶିକା ଅନୁଯାୟୀ ପାଳନ କରାଯାଇଛି ସ୍ଵାଧୀନତା ଦିବସ। ସୁବର୍ଣ୍ଣପୁର ରିଜର୍ଭ ପୋଲିସ ପଡ଼ିଆଠାରେ ଶ୍ରୀଯୁକ୍ତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ।

ଏହା ସହିତ ସ୍ଵାଧୀନତା ସଂଗ୍ରାମୀ ଏବଂ ପ୍ରାଣବଳୀ ଦେଇ ଭାରତକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିବା ସେହି ମହା ବ୍ୟକ୍ତିତ୍ଵ ମାନଙ୍କୁ ମନେ ପକାଇଛନ୍ତି। ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଉପସ୍ଥିତ ଦର୍ଶକମାନଙ୍କୁ ଉଦବୋଧନ ଦେଇଛନ୍ତି।
