(ରିପୋଟର୍ସଟୁଡେ): ଏସିଆ କପ୍ ୨୦୧୮ ଟୁର୍ଣ୍ଣାମେଣ୍ଟରେ ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁଥିବା କ୍ରିକେଟ ମ୍ୟାଚ୍ ପୂର୍ବରୁ ପୁୁଣିଥରେ ପାକିସ୍ତାନ ସେନାର ଚକ୍ରାନ୍ତ ସ।।ମ୍ମାକୁ ଆସିଛି । ବିଏସ୍ଏଫ୍ ର ଜଣେ ଅଧିକାରିଙ୍କ କହିବା ଅନୁସାରେ, ସେନାବଳ ର ହେଡ୍ କନେଷ୍ଟବଳ ର୍ୟାଙ୍କର ଜବାନଙ୍କୁ ସୀମାଆରପଟୁୁ ଏକ ଘାତକ ସ୍ନାଇପର ସର୍ଟରେ ଜବାନଙ୍କୁ ନିସାନା କରାଯାଇଥିଲା । ପାକିସ୍ତାନ ତରଫରୁ ଏହା ସେତେବେଳେ କରାଯାଇଥିଲା, ଯେତେବେଳେ ଜବାନ ଆରଏସ୍ ପୋରା କ୍ଷେତ୍ରରେ ନିଜ ବଡର ପୋଷ୍ଟର ଉପରକୁ ଲମ୍ବିଥିବା ଘାସକୁ ସଫା କରୁଥିଲେ ।
ଜଣେ ଅଧିକାରି କହିଛନ୍ତି, ଜଣେ ବିଏସ୍ଏଫ୍ ଜବାନ ମଙ୍ଗଳବାରଦିନ ଜାମ୍ମୁ ଭାରତ-ପାକିସ୍ତାନ ଅନ୍ତରାଷ୍ଟ୍ରିୟ ସୀମା ପାଖରୁ ନିଖୋଜ ହୋଇଯାଇଥିଲେ, ଜବାନଙ୍କ ସର୍ଚ୍ଚ ସମୟରେ ତାଙ୍କ ମୃତ ଶରୀର ମିଳିିଥିଲା । ଅଧିକାରୀଙ୍କ କହିବା ଅନୁସାରେ, ପାକିସ୍ତାନୀ ପକ୍ଷ ସଂଦେହରେ ତାଙ୍କୁ ଗୁଳି ମାରିଛନ୍ତି ଯେତେବେଳେ ଜବାନ ଜଣଙ୍କ ବୋଡ ପଖ ଅଞ୍ଚଳ ସଫା କରିଥିଲେ ।
୧୮ ସେପ୍ଟେମ୍ବର ଦିନ ୧୦.୪୦ ସମୟରେ ପାକିସ୍ତାନ ବିନା କୌଣସି କାରଣରେ ଗୁଳି ଚଳାଇଥିଲା । ବିଏସ୍ଏଫ୍ ର ଏକ ଦଳ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସୀମା ପାଖରେ ତାଙ୍କ ଉପରକୁ ଫାଇରିଙ୍ଗ କରାଯାଇଥିଲା । ବିଏସ୍ଏଫର ଜବାନମାନେ ଏହାର ପାଲଟା ଜବାବ ଦେଇଥିଲେ, ଏଥିରେ ଜଣେ ଜବାନଙ୍କୁ ଗୁୁଳି ବାଜିଥିଲା ।