ନୂଆଦିଲ୍ଲୀ(ରିପୋର୍ଟସ ଟୁଡେ) : ମୁମ୍ବାଇରେ ଥିବା ଅଭିନେତା ସୋନୁ ସୁଦଙ୍କ ଅଫିସ୍ ମାନଙ୍କରେ ଗତ ବିଳମ୍ବିତ ରାତ୍ରରେ ଆୟକର ଚଢାଉ ଶେଷ ହେବା ପରେ ଆଜି ପୁଣି ଥରେ ସୋନୁସୁଦଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି । ଆୟକର ବିଭାଗ ସୋନୁସୁଦଙ୍କ ସମ୍ପତ୍ତି ସହିତ ଲକ୍ଷ୍ନୌରେ ଥିବା ସୋନୁ ସୁଦଙ୍କର କମ୍ପାନୀର କାରବାରକୁ ନେଇ ଏହି ସର୍ଭେ କରିଥିଲା ଆଇଟି ବିଭାଗ । ଆୟକର ବିଭାଗ ଛଅଟି ସ୍ଥାନରେ ସୋନୁ ସୁଦଙ୍କ ଲିଙ୍କ ଥିବା ନେଇ ସର୍ଭେ କରିଥିଲା । କୋଭିଡର ଦ୍ୱୀତିୟ ଲହରରେ ଶ୍ରମିକ ମାନଙ୍କୁ ସାହଯ୍ୟର ହାତ ବଢାଇ ଥିଲେ । ଅରବିନ୍ଦ କେଜିରଓ୍ବାଲ ସୋନୁସୁଦଙ୍କୁ ଦେଶ କା ମେଣ୍ଟର ଭାବେ ବ୍ରାଣ୍ଡ ଆମ୍ବାସେଡରଭାବେ ଘୋଷଣା କରିବା ପରେ ଆୟକର ବିଭାଗ ପକ୍ଷରୁ ଚଢାଉ ହୋଇଛି ।