ଭୁବନେଶ୍ଵର: ବର୍ଷାଦିନେ ସଂକ୍ରମଣର ଅଧିକ ସମ୍ଭାବନା ରହିଥାଏ । ତେଣୁ ଏହି ସମୟରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ସହ ପାଚନ ତନ୍ତ୍ର ସୁସ୍ଥ ରହିବା ଆବଶ୍ୟକ । ଏଥିପାଇଁ ରୋଷେଇ ଘରେ ଥିବା କିଛି ଜିନିଷ ଯାହା ଖାଦ୍ୟର ସ୍ୱାଦକୁ ବୃଦ୍ଧି କରିବା ସହ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭକାରୀ ହୋଇଥାଏ । ଶରୀରରେ କୌଣସି ସ୍ଥାନରେ ଯନ୍ତ୍ରଣା, ପେଟରେ ଯନ୍ତ୍ରଣା ଭଳି ସମସ୍ୟାକୁ ଦୂର ସହ ଅଦା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ଏହାକୁ ଚା’ରେ ବ୍ୟବହାର କରି ମଧ୍ୟ ପିଇପାରିବେ । ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି, ଥଣ୍ଡାକାଶକୁ ଦୂର ପାଇଁ ୧ ଚାମଚ ଅଦା ଗୁଣ୍ଡ, ଅଳ୍ପ ହଳଦୀ ଗୁଣ୍ଡ ଓ ମହୁ ମିଶାଇ ପିଅନ୍ତୁ ।
ଗୁଆ ଘିଅ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରାଯାଇଥାଏ । ଏହାସହ ଦେଶୀ ଘିଅ ସେବନ ଦ୍ୱାରା ମାଂସପେଶୀକୁ ମଜଭୂତ କରିବା ସହ, ସ୍ମରଣ ଶକ୍ତି, ତ୍ୱଚାର ଚମକ, କେଶ, ରୋଗପ୍ରତିରୋଧ ଶକ୍ତି ବୃଦ୍ଧି ହୋଇଥାଏ। ପୋଦିନାପତ୍ର ସମସ୍ତ ସମୟରେ ସେବନ କରିପାରିବେ । ଏହା ଥଣ୍ଡା, ଏସିଡିଟି, ବଦହଜମି, ବ୍ରଣ, କୋଷ୍ଠକାଠିନ୍ୟ ଆଦି ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ । ଏଥିପାଇଁ ଆପଣ ବାସ ୧ କପ ପୁଦିନା ଚା’ ପିଅନ୍ତୁ । ଅଳ୍ପ କିଛି ପାଣିରେ ପୁଦିନାପତ୍ର ପକାଇ ଗ୍ୟାସରେ ବସାଇ ଏହାକୁ ଫୁଟାନ୍ତୁ । କିଛି ସମୟ ପରେ ଏହାକୁ ଛାଣି ଦିଅନ୍ତୁ । ଏହାସହ ଏହାକୁ ପିଇବା ଦ୍ୱାରା ମନ ଶାନ୍ତ, ଚିନ୍ତା ଦୂର, ଶରୀରକୁ ଶକ୍ତି ମିଳିଥାଏ ।