ରାଇରଙ୍ଗପୁର : ଶ୍ରମିକ ବିରୋଧୀ ତଥା ରାଷ୍ଟ୍ର ବିରୋଧୀ ନୀତିକୁ ବିରୋଧ କରି ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିୟନର ଓ କର୍ମଚାରୀ ଫେଡେରେସନଙ୍କ ମିଳିତ ଆହ୍ଵାନରେ ମାର୍ଚ୍ଚ ୨୮/୨୯ ତାରିଖ ସାରା ଭାରତରେ ସାଧାରଣ ଧର୍ମ ଘଟ ଡାକରାକୁ ସାଧାରଣ ଜନତା ସମର୍ଥନ ଦେଇ ସଫଳ କରିଛନ୍ତି। ଏହାକୁ ନେଇ ମୟୂରଭଞ୍ଜ ଜିଲ୍ଲାର ବାମନ ଘାଟୀ ଉପଖଣ୍ଡର ସଦର ମହକୁମାର ରାଇରଙ୍ଗ ପୁରଠାରେ ବିଭିନ୍ନ ଶ୍ରମିକ ସଂଗଠନ ଏଆଇଟିୟୁସି, ସିପିଆଇ ପକ୍ଷରୁ ସାଧାରଣ ଜନତାଙ୍କୁ କେନ୍ଦ୍ରସରକାରଙ୍କ ଜନମାରଣ ନୀତି ବିରୁଦ୍ଧରେ ଜନ ସଚେତନତା ଓ ସତର୍କ କରିବା ପାଇଁ ଶୁକ୍ରବାର ଦିନ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ କରାଯାଇ ସଚେତନ କରାଯାଇଥିଲା।

ମୟୂରଭଞ୍ଜର ବ୍ୟାଙ୍କ, ଟେଲିଫୋନ, ରେଳ, ଉଡାଣ, ଘରୋଇକରଣ, ଖଣି, କାରଖାନାରେଶ୍ରମିକଛଟେଇ, ଶ୍ରମିକଙ୍କୁ ୮ ଘଣ୍ଟା ଜାଗାରେ ୧୨ ଘଣ୍ଟା କଟାଇବା, ବିଡ଼ିଶ୍ରମିକ, ଖବରକାଗଜଶ୍ରମିକ, ମତ୍ସ୍ୟଜୀବୀ, ମୋଟରକର୍ମଚାରୀ, ଆଶା, ଅଙ୍ଗନବାଡି, ପାଚିକାମାନଙ୍କୁ କାର୍ୟ୍ୟ କ୍ଷେତ୍ରରେ ସାମାଜିକ ସୁରକ୍ଷା , ୪ଟି ଶ୍ରମ କୋଡବାତିଲ, କୃଷି ଆଇନ ସଂପୁର୍ଣ ପ୍ରତ୍ୟାହାର ନେଇ ଏହି ଧର୍ମଘଟ ଡାକରା। ରାଇରଙ୍ଗପୁରରେ ବନ୍ଦ ଡାକରାର ମଙ୍ଗ ଧରିଥିଲେ।