ମୋଦୀଙ୍କ ନୂଆ କ୍ୟାବିନେଟରେ ୪୨ ପ୍ରତିଶତ ମନ୍ତ୍ରୀଙ୍କ ନାମରେ ଅପରାଧିକ ମାମଲା, ୯୦ ପ୍ରତିଶତ କୋଟିପତି

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ପ୍ରଧାନମନ୍ତ୍ରୀ ମୋଦୀ ନିଜ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି । ଏସୋସିଏସନ ଡେମୋକ୍ରାଟିକ ରିଫର୍ମ ରିପୋର୍ଟ ଅନୁଯାୟୀ ମୋଦୀଙ୍କ ନୂଆମନ୍ତ୍ରୀ ମଣ୍ଡଳରେ ୪୨ ପ୍ରତିଶତ ମନ୍ତ୍ରୀଙ୍କ ନାମରେ ଅପରାଧିକ ମାମଲା ସହିତ ୯୦ ପ୍ରତିଶତ ମନ୍ତ୍ରୀ କୋଟିପତି ଅଛନ୍ତି । ଏମାନଙ୍କ ମଧ୍ୟରୁ ୧୫ କ୍ୟାବିନେଟ ଓ ୨୮ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି । ମୋଦୀଙ୍କ ମନ୍ତ୍ରି ପରିଷଦରେ ଏବେ ମୋଟ ୭୮ ମନ୍ତ୍ରୀ ଅଛନ୍ତି
ଏହି ନୂଆ ମନ୍ତ୍ରୀ ମଣ୍ଡଳରେ ସବୁଠାରୁ ଧନୀ ମନ୍ତ୍ରୀ ହେଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ ତାଙ୍କର ମୋଟ ସମ୍ପତିର ପରିମାଣ ହେଉଛି ୩୭୯ କୋଟିର ସମ୍ତ୍ତି । ତାଙ୍କପରେ ପୀୟୁଷ ଗୋଏଲ ଯିଏ ୯୫ କୋଟି ଟଙ୍କାର ସମ୍ପତ୍ତି ର ମାଲିକ । ତୃତୀୟ ଧନୀ ମନ୍ତ୍ରୀ ହେଉଛନ୍ତି ନାରାୟଣ ରାଣେ ତାଙ୍କ ସମ୍ପତ୍ତି ହେଉଛି ୮୭ କୋଟି ୭୭ ଲକ୍ଷ ।ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନାରାୟଣ ରାଣେ । ରାଣେକୁ ମିଳିଛି କ୍ଷୁଦ୍ର ଓ ମଧ୍ୟମଶିଳ୍ପ ମନ୍ତ୍ରଣାଳୟ ।