ଲକ୍ଷ୍ମୀନଗରରେ ତିନିଜଣଙ୍କ ଘରେ କଳାକନା ବୁଲାଇଲେ ଦୃର୍ବୁତ୍ତ

କାମାକ୍ଷାନଗର : ବିଳମ୍ବିତ ରାତିରେ  ତିନିଜଣଙ୍କ ଘରେ କଳାକନା ବୁଲାଇଲେ ଦୃର୍ବୁତ୍ତ l  କାମାକ୍ଷାନଗର ଥାନା ଜିରିଡାମାଳି ଗ୍ରାମର ଲକ୍ଷ୍ମୀନଗର ସାହିରେ ଗତକାଲି ବିଳମ୍ବିତ ରାତିରେ ତିନିଜଣ ଙ୍କ ଘରୁ ଲୁଟ ହୋଇଛି l ସୁନାଗହଣା, ଖାଦ୍ୟସାମଗ୍ରୀ ସମେତ ପ୍ରାୟ କୋଡିଏ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି l

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ମୀନଗର ସାହି ର ବିଭୁତି ଭୂଷଣ ଲେଙ୍କା , ଶ୍ରୀବତ୍ସ ଖୁଣ୍ଟିଆ, ମିନତୀ ବେହେରା ଙ୍କ ଘରେ କଳାକନା ବୁଲାଇଛନ୍ତି ଦୃର୍ବୁତ୍ତ l ତିନିଜଣ ଯାକ ଲୋକ ଙ୍କ ଘର ଝରକା ଓ କବାଟ ତାଡି ଦୃର୍ବୁତ୍ତ ମାନେ ଘରେ ପଶିଥିବା ବେଳେ ବିଭୁତି ଙ୍କ ଘରୁ ବିଭିନ୍ନ ଖାଦ୍ୟସାମଗ୍ରୀ ଲୁଟ ହୋଇଥିବା ବେଳେ ଶ୍ରୀବତ୍ସ ଖୁଣ୍ଟିଆ ଙ୍କ ଘରୁ ଆସବାବପତ୍ର ଓ ନଗଦ ୧୫, ୦୦୦ ଟଙ୍କା ଲୁଟିନେଇଛନ୍ତି ଦୃର୍ବୁତ୍ତ l ସେହିପରି ମିନତୀ ଘରେ ନଥିବା ବେଳେ କବାଟ, ଝରକା ତାଡି ଗୋଟିଏ ସୁନା ଚେନ, ତିନି ହଳ ସୁନା କାନଫୁଲ, ରୁପା ପାଉଁଜି ସମେତ ନଗଦ ୫, ୦୦୦ ଟଙ୍କା ଲୁଟିନେଇଛନ୍ତି ଦୃର୍ବୁତ୍ତ l ଦୃର୍ବୁତ୍ତ ମାନେ ଚୋରି କରୁଥିବା ବେଳେ ସିସିଟିଭି ଫୁଟେଜ ରେ ଧରାପଡ଼ିଥିବା ବେଳେ ଖବର ପାଇ କାମାକ୍ଷାନଗର ପୋଲିସ ଲକ୍ଷ୍ମୀନଗର ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ସିସିଟିଭି ଫୁଟେଜ କୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ବିଗତ କିଛିମାସ ତଳେ ଲକ୍ଷ୍ମୀନଗର ରୁ ଦୁର୍ବୁତ୍ତ ମାନେ କିଛି ଘରୁ ସ୍କୁଟି ଓ ଅନ୍ୟ ସାମଗ୍ରୀ ଚୋରି କରିଥିବା ବେଳେ ପୋଲିସ ତରଫରୁ ବ୍ୟାପକ ପେଟ୍ରୋଲିଙ୍ଗ କରିବା ସହ ଚୋର ମାନଙ୍କୁ ଧରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି l